scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା କାଲିର ରାଶିଫଳ ସହ ଜାଣନ୍ତୁ ଶୁଭ ରଙ୍ଗ ଓ ଅଙ୍କ ବିଷୟରେ

26/09/2019 at 8:25 PM

ମେଷ – ସାହସ ବାନ୍ଧି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଶତ୍ରୁନାଶ କରି ନିଶ୍ଚିତ ହୋଇପାରନ୍ତି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
ବୃଷ – ସହକର୍ମୀଙ୍କ ସହଯୋଗ ପାଇବାକୁ ସକ୍ଷମ ହୋଇପାରନ୍ତି। ମାନ ବୃଦ୍ଧି ହୋଇପାରେ। ଭ୍ରମଣ ସୁଖ ମିଳିବ। ସ୍ୱଚ୍ଛତା କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ ଏବଂ ସକଳଗୁଣର ଅଧିକାରୀ ମଧ୍ୟ।। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।
ମିଥୁନ – ଭ୍ରମଣ ସୁଖଦାୟକ ହେବ। ଆଶାବାଦୀ ଓ ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ,ନୀତିନିଷ୍ଠ, ସହିଷ୍ଣୁ, ଚଞ୍ଚଳମନା ହେବେ। ଭୁଲବୁଝାମଣା ପାଇଁ ଭାଇମାନଙ୍କ ସହିତ କଳହ ହୋଇପାରେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୫।
କର୍କଟ – ଭଲ ଆୟ ହେତୁ ପରିବାରରେ ସୁଖ ବଜାୟ ରହିବ। ଉତ୍ତମ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ନୂଆ ବନ୍ଧୁ ଜୁଟିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୯।
ସିଂହ – ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବାରଣ ପ୍ରବାହିତ ହୋଇପାରେ। ବସ୍ତ୍ରଭୂଷଣ ଲାଭ ହେବାର ସୂଚନା ମିଳୁଛି। ସାଧନାରେ ସିଦ୍ଧି ଲାଭ କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
କନ୍ୟା – ଲାଭ ପାଇବା ଆଶାରେ ଲୋଭ ବୃଦ୍ଧି ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ଏବଂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୩।
ତୁଳା – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଅନୁଗୃହୀତ ହୋଇପାରନ୍ତି। ଗୃହ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୮।
ବିଛା – ମନ ପସନ୍ଦ ଦ୍ରବ୍ୟ ପାଇ ଉତ୍ଫୁଲ୍ଲିତ ହେବେ। ସୁଖ ଶାନ୍ତି ଓ ଆନନ୍ଦ ଉତ୍ସବରେ ଦିନଟି ବିତିବ। ଅତ୍ୟନ୍ତ ସୁଖ ଲାଭ କରି ଆନନ୍ଦିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ-ସମୃଦ୍ଧି ଆଶାକରାଯାଏ। ଶୁଭ ରଙ୍ଗ ଗୋଲଡେନ୍। ଶୁଭ ଅଙ୍କ ୨।
ଧନୁ – ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରିରୀକ ଓ ମାନସିକ ସ୍ତରରେ କ୍ଳେଶ ଦେଖାଦେଇପାରେ। ନୀତିଯୁକ୍ତ ହୋଇପାରନ୍ତି। ବିଦ୍ୟାବାନ୍ ହେବେ।ଚତୁର ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧।
ମକର – ବିଳାସ ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବା ସହ ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪।
କୁମ୍ଭ – ପୈତୃକ ସମ୍ପତ୍ତିକୁ ନେଇ ମନ ଅଶାନ୍ତ ରହିପାରେ। କୌଣସି କାରଣରୁ ସାମୟିକ ଭାବେ ମନରେ କ୍ରୋଧ ଜାତ ହୋଇପାରେ। ନୀତିରୁ ବିଚ୍ୟୁତ ହେବେ ନାହିଁ। ଗୁଣବାନ୍ ଓ ଯୁଦ୍ଧ ପ୍ରିୟ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୭।
ମୀନ – ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିପାରେ। ପୁତ୍ର ଓ କନ୍ୟାଙ୍କ ପାଇଁ ଗର୍ବିତ ହୋଇପାରନ୍ତି। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୧।

   Related Posts