ଶୁକ୍ରବାର ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସିର ଖବର- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | March 19, 2020 IST

ମେଷ –ଆଜିର ଷଷ୍ଠାଧିପ ବୁଧ ଯୋଗୁ ପିଲାଙ୍କ ସ୍ୱାସ୍ଥ୍ୟ, ବନ୍ଧୁଙ୍କ କାରନାମା, ଋଣଦାତାଙ୍କ ଭାଷଣବାଜିରୁ ଚିନ୍ତିତ ରହିବେ । ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବୃଷ – ଚତୁର୍ଥାଧିପ ସ୍ୱଗୃହରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ କଳହ, ଯାନବାହନରେ ସମସ୍ୟା, ଖର୍ଚ୍ଚଭାର ବୃଦ୍ଧି ମାନସିକ ଅଶାନ୍ତିର କାରଣ ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆକସ୍ମିକ ଭାବରେ ମୋଟା ଅଙ୍କ ଅର୍ଥର ଆବଶ୍ୟକତା ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ - ଶନି ଅଷ୍ଟମଭାବରେ ରହି ପ୍ରାପ୍ୟଧନକୁ ଭିନ୍ନ ବାଟରେ ପୁନଶ୍ଚ ଫେରାଇ ନେଇପାରନ୍ତି । ପ୍ରତ୍ୟେକ ସ୍ତରରେ କିଛି ଅସୁବିଧା ନ ଥିଲେ ମଧ୍ୟ ଅହେତୁକ କଳ୍ପନା ମାନସିକ ସ୍ଥିତିକୁ ଅସ୍ଥିର କରାଇବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କର୍କଟ – ବ୍ୟୟଭାବରୁ ଏକାଧିକ ଗ୍ରହ ଦୃଷ୍ଟିପ୍ରଦାନ କରି ଅପବ୍ୟୟ, ସ୍ଥାନାନ୍ତର, ଅଶାନ୍ତିରୁ ନିଦ୍ରାହୀନତା ଜନିତ ମନସ୍ତାପ କରାଇବେ । କର୍ମକ୍ଷେତ୍ରରେ କେତେକ ଆକସ୍ମିକ ଅସୁବିଧା ଦେଖା ଦେବା କାରଣରୁ ଆଜି ସହଜରେ କାମ ହାସଲ କଷ୍ଟକର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ସିଂହ – ତୃତୀୟାଧିପ ଭାଗ୍ୟସ୍ଥାନରୁ ସ୍ୱଗୃହକୁ ଅବଲୋକନ କରୁଥିବାରୁ ସମ୍ପର୍କୀୟା ଭଗିନୀଙ୍କ ସାହାର୍ଯ୍ୟରୁ ସମସ୍ୟା ସୁଧୁରିବ । କେନ୍ଦ୍ରାଧିପଙ୍କ କୋଣଭାବ ମଣ୍ଡନ ଯୋଗୁ କର୍ମକ୍ଷେତ୍ରରୁ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

କନ୍ୟା – ଆଜିର ଗ୍ରହସ୍ଥିତି ଆପଣଙ୍କ ଅର୍ଥନୀତିର ଅଭିବୃଦ୍ଧି, ମନୋରଞ୍ଜନର ମଉକା, କଳା, କ୍ରୀଡା ଓ ଚଳଚ୍ଚିତ୍ରରେ ସମ୍ମାନ ପ୍ରଦାନ କରିବ । ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ତୁଳା – ଦୈହିକ ସୁସ୍ଥତା, ଆର୍ଥିକ ଉନ୍ନତି ଓ ପାରିବାରିକ ଶାନ୍ତି ଆଜିର ଜୀବନଯାତ୍ରାକୁ କୁସୁମିତ କରିବ । ଉପଚୟଭାବସ୍ଥ ପାପଯୁକ୍ତ ମଙ୍ଗଳ ଯୋଗୁ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – ମୁଖଭାବରେ ଏକାଧିକ ଗ୍ରହଜନିତ ବିବାଦୀୟ ମନ୍ତବ୍ୟ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ । ଅଭାବ ନ ଥିଲେ ମଧ୍ୟ ଅପବ୍ୟୟର ସୀମା ଟପିଯିବା କାରଣରୁ ପରିବାରରେ ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଧନୁ – ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ପାଖପଡୋଶୀଙ୍କ ନିକଟରୁ ଶୁଣା କଥା ମନକୁ ସନ୍ଦେହାଚ୍ଛନ୍ନ କରିପାରେ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖା ଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହିବ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ମକର – ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ଥଣ୍ଡା ଜନିତ ବ୍ୟାଧିର ପୀଡାନୁଭବ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କୁମ୍ଭ - ଶୁକ୍ର ତୃତୀୟ ଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ସୂତ୍ରପାତ ହୋଇପାରେ । ଆକସ୍ମିକ ଭାବେ ପରିବାରରେ କେତେକ ସମସ୍ୟା ଦେଖାଦେଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ମୀନ - ଅଷ୍ଟମାଧିପ ଦ୍ୱିତୀୟ ଭାବରେ ଥିବାରୁ ଆଜି ଦିନଟିରେ ବହୁତ ଚିନ୍ତା କରିବା ପରେ କୌଣସି ପଦକ୍ଷେପ ନେବା ଠିକ୍ ହେବ । କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖା ଦେଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.