ରାଶିଫଳ-କେମିତି କଟିବ ସୋମବାର,ଶୁଭ ସଂଖ୍ୟା ଓ ଶୁଭ ରଙ୍ଗ

Published By : Prameya-News7 Bureau | September 29, 2019 IST

ମେଷ – କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ଦୁରଯାତ୍ରା କରିବାର ସୁଯୋଗ ରହିଛି। ପିଲାମାନେ କ୍ରୀଡା ପ୍ରତି ଆଗ୍ରହି ହେବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୨।
ବୃଷ – ନିଜର ଗୁଣ ଗାରିମାକୁ ବଜାୟ ରଖିବେ। ବ୍ୟବସାୟରେ ଉନ୍ନତି ହେତୁ ଉଜ୍ୱଳ ଭବିଷ୍ୟତ କଳ୍ପନା କରିବେ। ସରକାରୀ କ୍ଷେତ୍ରରେ ଉନ୍ନତି ସହ ବିବାଦରେ ଜିତାପଟ ଏବଂ କର୍ମ କ୍ଷେତ୍ରରେ ବହୁ ଦାୟୀତ୍ୱବାନ ହେବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୭।
ମିଥୁନ - କର୍ମ କ୍ଷେତ୍ରରେ ସଫଳତା ପାଇବେ। ନୂତନ ଯାନବାହନ କିଣିବାକୁ ଚାହିଁବେ। ଅତିଥିମାନେ ଘରକୁ ଆସିବେ। ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଦିନଟି ସାମାନ୍ୟ ଖରାପ ରହିବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୪।
କର୍କଟ – ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ଜ୍ଞାନ, ଗବେଷଣା କ୍ଷେତ୍ରରେ ସଫଳତା ମିଳିବ। ଅଧିକ ମାତ୍ରାରେ ଭାବପ୍ରବଣ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୨।
ସିଂହ – କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂତନ କର୍ମ ଲାଭ ଓ ସାରକାରୀ କ୍ଷେତ୍ରରେ ଉନ୍ନତି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଏବଂ ହାକିମିଙ୍କର କୃପା ଲାଭ ହୋଇପାରେ। ପୂର୍ବ ଦିଗରୁ ଶୁଭ ସମ୍ବାଦ ମିଳିବ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୮।
କନ୍ୟା –ପାରିବାରିକ ସମ୍ପର୍କ ମଧୁର ହେବ। ବ୍ୟବସାୟରେ ଉନ୍ନତି ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦ ପାଇବେ। ନୂତନ ଦ୍ରବ୍ୟ ଘରକୁ ଆଣିବେ। ମହିଳାମାନେ ପୁରୁଣା ଜିନିଷକୁ ସଜାଇ ରଖିବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୬।
ତୁଳା – ପାରିବାରିକ କ୍ଷେତ୍ରରେ ଓ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ଉନ୍ନତି ହୋଇପାରେ। ଦୂର ଯାତ୍ରା କରି, ଜ୍ଞାନ ଅର୍ଜନ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
ବିଛା – ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ସଂଗୀତ କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପତ୍ନୀଙ୍କ ସାହାର୍ଯ୍ୟ ପାଇବେ। ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୨।
ଧନୁ – ମନ ଉତ୍ସାହିତ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ। ଦକ୍ଷିଣ ଦିଗରୁ ଯାଗାବାଡି ମିଳିବ। ପାରିବାରିକ ସମ୍ପର୍କ ପଡୋଶୀମାନଙ୍କ ସହିତ ରହିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮।
ମକର – ଉଚ୍ଚସ୍ତରୀୟ ବ୍ୟକ୍ତିମାନେ ମିତ୍ର ହେବେ। ଚାକିରୀ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବୈଦେଶିକ ବାଣିଜ୍ୟ କାରବାରରେ ବୃଦ୍ଧି ପାଇଁ ବିଦେଶ ଯାତ୍ରା କରିବେ। ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧।
କୁମ୍ଭ - ବାଣିଜ୍ୟ କାରବାରରେ ବୃଦ୍ଧି ଓ ଗୃହ ପରିବର୍ତ୍ତନ ହେବ। ପଡୋଶୀମାନଙ୍କ ସହିତ ମିଶିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ। ଗୁରୁଜନମାନଙ୍କର ସେବା କରିବେ। ଗୋମାତାର ସେବା କରି ନିଜକୁ ଧନ୍ୟ ମଣିବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୫।
ମୀନ - ପାରିବାରିକ ସମ୍ପର୍କ ମଧୁର ହେବ। ପୂର୍ବ ଦିଗରୁ ଯାଗାବାଡି ମିଳିବାର ସମ୍ଭାବନା ଅଛି। ଆକସ୍ମିକ ଧନ ଲାଭ ଓ ପାରିବାରିକ ସମ୍ପର୍କ ମଧୁର ହୋଇପାରେ। ଦେବାଦେବୀ ପୂଜାରେ ମନ ଦେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.