ଶୁକ୍ରବାରରେ ଏମିତି କଟିବ ଆପଣଙ୍କ ଦିନ - ପ୍ରତ୍ୟେକ ରାଶିର ଶୁଭ ରଙ୍ଗ

Published By : Prameya-News7 Bureau | November 21, 2019 IST

{"align":"left","id":187763,"width":78,"height":100,"sizeSlug":"large"}

wp:paragraph {"textColor":"vivid-red","fontSize":"medium"}

ଜ୍ୟୋତିର୍ବିଦ- ତ୍ରିନନ୍ଦନ ମିଶ୍ର

wp:paragraph {"textColor":"vivid-red","fontSize":"medium"}

wp:paragraph {"textColor":"vivid-red","fontSize":"medium"}

wp:paragraph {"textColor":"very-dark-gray"}

 

 

ମେଷ– ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନ ଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ।ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୬।

ବୃଷ – ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ୱ ବିକଶିତ ହେବ। କୃଷିକର୍ମକାରୀ ହୋଇପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୪।


ମିଥୁନ - ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ଓ ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।

କର୍କଟ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।

ସିଂହ – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଋଣାଙ୍ଗନରେ ବୀରତ୍ୱର ପରିପ୍ରକାଶ ଘଟାଇ ପାରନ୍ତି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୫।

କନ୍ୟା – ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୯।

ତୁଳା ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି। ଶୁଭ ରଙ୍ଗଲାଲ। ଶୁଭ ଅଙ୍କ ୬।

ବିଛା – ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୩।

ଧନୁ – ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୭।


ମକର – କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡା। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।

କୁମ୍ଭ - ଅଟକି ଥିବା କାର୍ଯ୍ୟରେ ଆଗକୁ ବଢିବେ। ବନ୍ଧୁ ସହ ଯୋଗ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୪।

ମୀନ - ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡାନଜର ରଖିବାକୁ ପଡିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.