ଅପ୍ରେଲ ୨୧ ତାରିଖ, ଶୁକ୍ରବାର: କେଉଁ ରାଶି ପାଇଁ କେମିତି କଟିବ ଆଜିର ଦିନ

Published By : Prameya-News7 Bureau | April 21, 2023 IST


ମେଷ:~
ଆଜି ମେଷ ରାଶିକୁ ଘାତ ଚନ୍ଦ୍ର। ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବେ। ଛାତ୍ରଛାତ୍ରୀମାନେ ସମୟର ଦୁରୁପଯୋଗ କରିବେ।

ବୃଷ:~ ବନ୍ଧନ ଯୋଗ ରହିଛି। ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ। ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତିହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖା ଦେବ। 

ମିଥୁନ:~ ଆଜି ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ଲୋକଙ୍କ ସହ ଭ୍ରମଣରେ ଯାଇ ପାରନ୍ତି। କର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ। ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କର୍କଟ:~ ଅଧିକ ପରିଶ୍ରମ ହୋଇ ପାରେ। ଜାଣିବାର ଇଚ୍ଛା ଆଜି କିଛି ନୂଆ ବାଟ ଦେଖାଇବ। ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି। ପରିବାର ସହ ନିଜକୁ ମଧ୍ୟ ସମୟ ଦେବେ। ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ।

ସିଂହ:~ ସବୁ କାର୍ଯ୍ୟରେ ଆଜି ସାବଧାନତା ଅବଲମ୍ବନ କରନ୍ତୁ। ମାଲି ମକୋଦମ୍ମାରେ ଜୟଯୁକ୍ତ ହେବେ। ଧନ ଲାଭର ଯୋଗ ଅଛି। ପରିବାର ସହ ସମୟ କାଟିବେ। କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ। ମନରେ ଉଦାରତା ରହିବ।

କନ୍ୟା:~ ମାନସିକ ଓ ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ।

ତୁଳା:~ ଦୂର ଯାତ୍ରା କରିବାର ଯୋଗ ରହିଛି। ଦିନଟି ବ୍ୟସ୍ତ ବହୁଳ ରହିବ। ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ନିଜକୁ ଅପ୍ରସ୍ତୁତ ମନେ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ।

ବିଛା:~ ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଛୋଟ କଥାରେ ସମସ୍ୟା ଉପୁଜିବ। ଅବଶ୍ୟ ଧନ ପ୍ରାପ୍ତିର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ। ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ।

ଧନୁ:~ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ। ଭାବିଚିନ୍ତି ଅର୍ଥ କାରବାର କରନ୍ତୁ। ପ୍ରେମ ସମ୍ପର୍କ ଗଭୀର ହେବ। ବିଦ୍ୟାର୍ଥୀମାନେ ଅନ୍ୟ ସ୍ଥାନକୁ ଯାତ୍ରା କରି ପାରନ୍ତି। ବ୍ୟବସାୟରେ କ୍ଷତି ସହିବେ। ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ।

ମକର:~ ଭାଗ୍ୟର ସାଥ ଆଜି ଆପଣଙ୍କୁ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ। ଉଧାର ଦେଇଥିବା ଧନକୁ ଆଜି ଫେରି ପାଇବେ। ମନ ପ୍ରସନ୍ନ ରହିବ। ପରିବାର ସହ ସମୟ ଅତିବାହିତ କରିବେ। ବୌଦ୍ଧିକ କାର୍ଯ୍ୟରେ ବାଧା ଉପୂଜିପାରେ।

କୁମ୍ଭ:~ ବନ୍ଧୁଙ୍କ ସାହାଯ୍ୟ ମିଳିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ଜୀବନ ସାଥୀଙ୍କ ସହ ଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କୌଣସି ଧର୍ମ ସ୍ଥାନକୁ ଯାତ୍ରା କରି ପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ।

ମୀନ:~ ଲାଭରେ ପଡ଼ି ଭୁଲ କରିବେ ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ। ନୂତନ ନିର୍ମାଣ ପାଇଁ ଦିନଟି ଶୁଭ ଦାୟକ ରହିଛି। ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ।

ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.