ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ-ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ସଂଖ୍ୟା

Published By : Prameya-News7 Bureau | October 02, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା , ଉଦଯୋଗ ସିଦ୍ଧି, ପାରିବାରିକ ସୌଖ୍ୟ ଓ ବ୍ୟବସାୟରେ ଉନ୍ନତି ହେବ। ବିବାଦରେ ଜୟ ଲାଭ କରିବେ। ବହୁ ଦିନରୁ ଥିବା ଯୋଜନା କାର୍ଯ୍ୟକାରୀ କରି ସଫଳ ହେବେ। ଶୁଭ ରଙ୍ଗ ଲାଲ୍‍। ଶୁଭ ଅଙ୍କ ୨।
ବୃଷ – ଘର କାମରେ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ସମସ୍ତ ବାଧା ଦୂର ହେବ। ନୂତନ କର୍ମରେ ଯୋଗଦାନ କରିବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ଓ ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୮।
ମିଥୁନ - କର୍ମ କ୍ଷେତ୍ରରେ ସଫଳତା ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ଜନ କଲ୍ୟାଣ କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ଉପର ହାକିମଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଗୋ ସେବା କରି ଉତ୍ତମ ଫଳ ପାଇବେ। ଶୁଭ ରଙ୍ଗ ପିଙ୍କ୍‍। ଶୁଭ ଅଙ୍କ ୪।
କର୍କଟ – ଉଚ୍ଚ ଶିକ୍ଷା ଲାଭ , ବିଦେଶ ଭ୍ରମଣ , କର୍ମ କ୍ଷେତ୍ରରେ ସଫଳତା , ସମ୍ମାନ ଲାଭ , ସନ୍ତାନ ମାନଙ୍କର ଉନ୍ନତି ହେବ। ଦୂର ସ୍ଥାନରୁ ଶୁଭ ଖବର ମିଳିବ। ଉତ୍ତରାଧିକାରୀ ସୂତ୍ରେ ଧନ ଲାଭ କରିବେ। ଶୁଭ ରଙ୍ଗ ଲାଲ୍‍। ଶୁଭ ଅଙ୍କ ୧।
ସିଂହ – କର୍ମ କ୍ଷେତ୍ରରେ ବହୁ ପରିଶ୍ରମ କରିବେ। ବିବାଦରେ ଜୟ ଲାଭ ହେବ। ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ଗୃହ ପରିବର୍ତ୍ତନ କରିବେ। ଚାକିରୀ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ଦିନଟି ମଧ୍ୟମ ରହିବ। ଶୁଭ ରଙ୍ଗ ଗ୍ରୀନ୍‍। ଶୁଭ ଅଙ୍କ ୩।
କନ୍ୟା –ଯୌଥ କାରବାରରେ ଉନ୍ନତି। ମାତୃ ଶକ୍ତିର କରୁଣା ଲାଭ ସହ ଧନ ଏବଂ ପାରିବାରିକ ସୌଖ୍ୟ ଲାଭ କରିବେ। ପରିବହନ, ପ୍ରଶାସନ କ୍ଷେତ୍ରରେ ସଫଳତା ମିିଳିବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।
ତୁଳା – ବହୁ ଦିନରୁ ଥିବା କାର୍ଯ୍ୟରେ ସଫଳତା ପାଇବେ। କର୍ମ କ୍ଷେତ୍ରରେ ସଫଳତା, ଏକ୍ସପର୍ଟ, ଇମ୍ପୋର୍ଟ କ୍ଷେତ୍ରରେ ଲାଭବାନ ହେବେ। ନୂତନ ଯାଗା ବାଡି କିଣିବାକୁ ଆଗ୍ରହ ପ୍ରକାଶ କରିବେ। ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ମେରୁନ୍‍। ଶୁଭ ଅଙ୍କ ୭।
ବିଛା – ପାରିବାରିକ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଦ୍ରବ୍ୟ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ଅଗ୍ରଗତି କରିବେ। ପିଲାମାନେ ଶିକ୍ଷା ପାଇଁ ସିରିୟସ୍‍ ହେବେ। ଶୁଭ ରଙ୍ଗ ଲାଲ୍‍। ଶୁଭ ଅଙ୍କ ୬।
ଧନୁ – ପାରିବାରିକ ସୌଖ୍ୟ ଲାଭ ଓ ନୂତନ ଦ୍ରବ୍ୟ ପ୍ରାପ୍ତି ହେବ। ପାରିବାରିକ ସ୍ଥିତି ବଳବାନ ,ପ୍ରଶାସନ କ୍ଷେତ୍ରରେ ସଫଳ ହୋଇପାରନ୍ତି। ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୧।
ମକର – ଉଚ୍ଚସ୍ତରୀୟ ବ୍ୟକ୍ତିମାନଙ୍କର ପ୍ରିୟ ହେବେ। ବାଣିଜ୍ୟ, ଜ୍ଞାନ, ଗବେଷଣାରେ ସଫଳତା ପାଇବେ। ବୈଦ୍ୟୁତିକ ଓ ଯାନ୍ତ୍ରିକ ପଦାର୍ଥରୁ ସଫଳତା ମିଳିବ। ପ୍ରେମିକାମାନଙ୍କର ଇଚ୍ଛା ପୂରଣ ହେବ। ଶୁଭ ରଙ୍ଗ ବ୍ରାଉନ୍‍। ଶୁଭ ଅଙ୍କ ୫।
କୁମ୍ଭ - ଶିକ୍ଷା, ବାଣୀଜ୍ୟ, ବୀମା, ପରିବହନ, ଦୂରଦର୍ଶନ, ବ୍ୟବସାୟରେ ଉନ୍ନତି ହେବ। ମାନସିକ ଚିନ୍ତା ବଢିଯିବ। ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ। ଦିନଟି ମଧ୍ୟମ ରହିବ। ଶୁଭ ରଙ୍ଗ ଗ୍ରୀନ୍‍। ଶୁଭ ଅଙ୍କ ୭।
ମୀନ - ବହୁତ ଦିନରୁ ବାକି ଥିବା କାମରେ ସଫଳତା ପାଇବେ। ବାଣୀଜ୍ୟ କ୍ଷେତ୍ରରେ ଉନ୍ନତି ଓ ପାରିବାରିକ ସମ୍ପର୍କ ମଧୁର ହେବ। ଗବେଷଣା କ୍ଷେତ୍ରରେ ପିଲାମାନେ ମନ ବଳାଇବେ। ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.