ରବିବାରରେ ଲାଭବାନ୍‌ ହେବେ ଏହି ରାଶିର ବ୍ୟକ୍ତି - ଆପଣଙ୍କ ରାଶିର ଶୁଭ ଅଙ୍କ

Published By : Prameya-News7 Bureau | December 07, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର ମେଷ– ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ୱୀ ଓ ସୁସ୍ଥ ନିରାମୟ ଜୀବନ ଯାପନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଶୁଭରଙ୍ଗ ଗ୍ରୀନ୍‍। ଶୁଭଅଙ୍କ ୫। ବୃଷ– ମନ ପ୍ରଫୁଲ୍ଲ ରହିବ । ପରିଶ୍ରମର ମୂଲ୍ୟ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଶୁଭରଙ୍ଗ କ୍ରୀମ୍‍। ଶୁଭ ଅଙ୍କ ୩। ମିଥୁନ - କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧। କର୍କଟ–ବ୍ୟବସାୟରେ ଉନ୍ନତି ଘଟିବ । କଷ୍ଟ ସ୍ୱୀକାର କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶୁଭରଙ୍ଗ କ୍ରୀମ୍‍ । ଶୁଭ ଅଙ୍କ ୭। ସିଂହ – ଯାତ୍ରାଦିରେ ଲାଭବାନ୍‌ ହୋଇପାରନ୍ତି । ବନ୍ଧୁ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ନିଜକାମ ପାଇଁ ଗର୍ବିତ ହେବେ । ଶୁଭ ରଙ୍ଗଲାଲ । ଶୁଭ ଅଙ୍କ ୯। କନ୍ୟା –ଦୂରବନ୍ଧୁ ଦ୍ୱାରା ଉପକୃତ ହେବେ । ଶତ୍ରୁର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଶୁଭରଙ୍ଗ ବ୍ରାଉନ୍‍।ଶୁଭ ଅଙ୍କ ୩। ତୁଳା– ପରିବେଶ ଆପଣଙ୍କ ପାଇଁ ସୁଖଦାୟକ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଜୁଆ କିମ୍ବା ଲଟେରୀ ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯିବ ନାହିଁ । ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୪। ବିଛା–ଭ୍ରମଣ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । କୃଷିକର୍ମରେ ତତ୍ପର ହେବେ । ଶୁଭରଙ୍ଗ ଗ୍ରୀନ୍‍।ଶୁଭ ଅଙ୍କ ୨। ଧନୁ –ଷଡଯନ୍ତ୍ରରୁ ରକ୍ଷା ପାଇଯିବେ। କାର୍ଯ୍ୟକ୍ଷେତ୍ର ଉତ୍ସାହଜନକ ହେବ। ଆସ୍ତିକ ଓ ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା- କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଶୁଭରଙ୍ଗ ମେରୁନ୍‍ । ଶୁଭ ଅଙ୍କ ୮। ମକର–ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ। ପର ଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ଶୁଭ ରଙ୍ଗ ୟେଲୋ।ଶୁଭ ଅଙ୍କ ୪। କୁମ୍ଭ -ପ୍ରିୟ ଲୋକମାନଙ୍କ ସହିତ ହସଖୁସିରେ ସମୟ ବିତାଇ ପାରନ୍ତି । ଶ୍ରୀଚନ୍ଦ୍ରଭୋଗ ହେ ତୁମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧ କିମ୍ବା ମୋକଦ୍ଦମାରେ ଜିଣି ଅର୍ଥ ପ୍ରାପ୍ତ କରିବେ। ଶୁଭରଙ୍ଗ ବ୍ରାଉନ୍‍।ଶୁଭ ଅଙ୍କ ୫। ମୀନ - ଗୃହ ଜଞ୍ଜାଳ ଲାଗି ରହିବ । ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.