ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ତୁର୍କୀରେ ଭୂମିକମ୍ପ ନେଇ ତିନି ଦିନ ପୂର୍ବରୁ ହୋଇଥିଲା ଭବିଷ୍ୟତବାଣୀ ! ସମାନ ଅଞ୍ଚଳ ଏବଂ ସମାନ ତୀବ୍ରତା ନେଇ କରିଥିଲେ ଟ୍ୱିଟ୍

6/02/2023 at 10:57 PM

ନୂଆଦିଲ୍ଲୀ: ସୋମବାର ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଆରିଆଡେ ବିନାଶର ପଦଚିହ୍ନ । ୭.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ବିଲ୍ଡିଂ ଗୁଡିକ ଆଖି ପିଛୁଳାକେ ଭୁଶୁଡି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଯୋଗୁଁ ୨୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ଏହାରି ଭିତରେ ଭୂମିକମ୍ପର ଭବିଷ୍ୟତବାଣୀକୁ ନେଇ ବଡ଼ ଆଲୋଚନା ଆରମ୍ଭ ହୋଇଛି ।

ଟ୍ୱିଟରରେ ଅନେକ ୟୁଜର୍ସଙ୍କ କହିବା ଅନୁସାରେ ଏହି ଭୂମିକମ୍ପର ତିନି ଦିନ ପୂର୍ବରୁ ହିଁ ଏହାର ଭବିଷ୍ୟତବାଣୀ ହୋଇ ସାରିଥିଲା । ଦାବି ଅନୁସାରେ ଭୂମିକମ୍ପର ଗତିବିଧି ଉପରେ ଗବେଷଣା କରୁଥିବା ସୋଲର ସିଷ୍ଟମ ଜିୟୋମେଣ୍ଟ୍ରୀ ସର୍ଭେର ଜଣେ ଗବେଷକ ଫ୍ରାନକ ହୁଗରବିଟ୍ସ ଏହାର ଭବିଷ୍ୟତବାଣୀ କରିଥିଲେ । ହୁଗରବିଟ୍ସ ଭବିଷ୍ୟତବାଣୀ କରିଥିଲେ ଯେ ଆଜି ନହେଲେ କାଲି ଦକ୍ଷିଣ-ମଧ୍ୟ ତୁର୍କୀ, ଜର୍ଡନ, ସିରିଆ ଏବଂ ଲେବନାନ ନିକଟବର୍ତ୍ତୀ ଅଞ୍ଚଳରେ ୭.୫ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭବ ହେବ ।

ଫ୍ରାନକ ଏହି ଟ୍ୱିଟ୍ ଫେବ୍ରୁଆରୀ ୩ରେ କରିଥିଲେ । ଟ୍ୱିଟରେ ଫ୍ରାନକ ଲେଖିଥିଲେ,  ଆଜି ନହେଲେ କାଲି ୭.୫ ତୀବ୍ରତାର ଭୂମିକମ୍ପ ଦକ୍ଷିଣ ମଧ୍ୟ ତୁର୍କୀ, ଜର୍ଡନ, ସିରିଆ ଏବଂ ଲେବନାନରେ ଦେଖିବାକୁ ମିଳିବ । ନିଜ ଭବିଷ୍ୟତବାଣୀ ଉପରେ ଫ୍ରାନକଙ୍କ ସନ୍ଦେହ ଥିଲା, କିନ୍ତୁ ଏହା ଏବେ ସତ ପ୍ରମାଣିତ ହୋଇଛି ।

ଫ୍ରାନକଙ୍କ ଭବିଷ୍ୟତବାଣୀ ଉପରେ ବଡ଼ ବିତର୍କ ଆରମ୍ଭ ହୋଇଛି । ଭୂମିକମ୍ପର ପୂର୍ବାନୁମାନ ନେଇ କୌଣସି ସଠିକ ପ୍ରକ୍ରିୟା ଆଛି କି ବୋଲି ଆଲୋଚନା କରାଯାଉଛି । କାରଣ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପର ଭବିଷ୍ୟତବାଣୀ କରିବା ନେଇ କୌଣସି ସଠିକ ପ୍ରକ୍ରିୟା ନାହିଁ । ତେଣୁ ସିମସ୍କୋଲଜିଷ୍ଟ ଫ୍ରାକଙ୍କ ଭବିଷ୍ୟତବାଣୀଙ୍କୁ ଅବୈଜ୍ଞାନିକ କହି ଖାରଜ କରି ଦିଅନ୍ତି । ଅନ୍ୟପଟେ ଭବିଷ୍ୟତବାଣୀ ସତ ହେବା ପରେ ହୁଗରବିଟ୍ସ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି ।  

   Related Posts