ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

‘ହଂକଂକୁ ହାଲୁକା ନିଅନି’ : ପାକିସ୍ତାନକୁ ସତର୍କ କରାଇଲେ ଇଞ୍ଜାମାମ୍ ଉଲ୍ ହକ୍

2/09/2022 at 8:20 AM

ନୂଆଦିଲ୍ଲୀ ୦୨।୦୯:  ଏସିଆ କପରେ ଭାରତ ଓ ଆଫଗାନିସ୍ତାନ ସୁପର ୪ରେ ଆଗୁଆ ସ୍ଥାନ ପକ୍କା କରିନେଇଛନ୍ତି । ଏବେ ସମସ୍ତଙ୍କ ନଜର ପାକିସ୍ତାନ ଓ ହଂକଂ ମ୍ୟାଚ୍ ଉପରେ ରହିଛି । କାରଣ ଯେଉଁ ଦଳ ଜିତିବ ସେ ସେପ୍ଟେମ୍ବର ୪ରେ ଭାରତ ସହ ଖେଳିବ । ପାକିସ୍ତାନ ଏହି ମ୍ୟାଚରେ ଫେଭରେଟ୍ ହେଲେ ବି କ୍ରିକେଟରେ କିଛି ବି ହୋଇପାରେ ।  

ଏହାକୁ ନଜରରେ ରଖି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍ ନିଜ ଦଳକୁ ସତର୍କ କରିଦେଇଛନ୍ତି । ହଂକଂକୁ ହାଲୁକା ନନେବାକୁ ସେ କହିବା ସହ ପୁରା ପ୍ରସ୍ତୁତି ସହ ପଡିଆକୁ ଓହ୍ଲାଇବାକୁ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ଶାରଜାହରେ ପାକିସ୍ତାନ ଓ ହଂକଂ ମଧ୍ୟରେ ମୁକାବିଲା ଖେଳାଯିବ । ଏହାକୁ ନେଇ ଇଞ୍ଜାମାମ୍ କହିଛନ୍ତି ଯେ, ହାଇଦର ଅଳ୍ଲୀଙ୍କୁ ଦଳରେ ସ୍ଥାନ ମିଳିବା ଦରକାର । ଏହାସହ ହଂକଂକୁ ହାଲୁକା ଭାବେ ନେବା ଅନୁଚିତ । କିନ୍ତୁ ଦଳ ସୋଏବ ମଲିକଙ୍କ ଭଳି ବ୍ୟାଟରଙ୍କ ଅନୁପସ୍ଥିତି ଅନୁଭବ କରିବ ବୋଲି ସେ କହିଛନ୍ତି ।

ପ୍ରଥମ ମ୍ୟାଚରେ ହାରିଲା ପାକିସ୍ତାନ

ଏସିଆ କପରେ ପାକିସ୍ତାନ ଏବେସୁଦ୍ଧା ଗୋଟିଏ ମ୍ୟାଚ୍ ଖେଳିଛି । ଏହି ମୁକାବିଲାକୁ ଭାରତ ୫ ଓ୍କିଟେରେ ଜିତି ନେଇଥିଲା । ଅଗଷ୍ଟ ୨୮ ତାରିଖରେ ଖେଳାଯାଇଥିବା ଏହି ମୁକାବିଲାରେ ପାକିସ୍ତାନ ୧୪୭ରେ ଅଲଆଉଟ୍ ହୋଇଯାଇଥିଲା ।   ଜବାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ୩୩ ରନ ବଳରେ ଭାରତ ବିଜୟ ହାସଲ କରିନେଇଥିଲା ।

   Related Posts