oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପୁଣି ବିବାଦରେ ବଲିଉଡ ଗାୟକ ହନି ସିଂହ, ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

3/08/2021 at 8:36 PM

ନୂଆଦିଲ୍ଲୀ ୦୩/୦୮ : ବଲିଉଡର ଆଗଧାଡିର ଗାୟକ ହନି ସିଂହ ପୁଣି ଅଡୁଆରେ ଫସିଛନ୍ତି । ତାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଳିନୀ ତଲଓ୍ବାର । ହନି ସିଂହଙ୍କ ପତ୍ନୀ ଶାଳିନୀ ତଲଓ୍ବାର ପାରିବାରିକ କହଳକୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି । ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ୍‌ ବଳରେ ମାମଲା ରୁଜୁ କରିଛନ୍ତି ହନି ସିଂହଙ୍କ ପତ୍ନୀ । ଦିଲ୍ଲୀର ତୀସ ହଜାରୀ କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି ଶାଳିନୀ ତଲଓ୍ବାର ।

ଶାଳିନୀ ତଲଓ୍ବାରଙ୍କ ପକ୍ଷରୁ ଆଇନଜୀବୀ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜିଜି କଶ୍ୟପ ମାମଲା ଲଢୁଛନ୍ତି । ଘରୋଇ ହିଂସାକୁ ନେଇ ହନି ସିଂହଙ୍କୁ ଏକ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି କୋର୍ଟ । ଆସନ୍ତା ଅଗଷ୍ଟ ୨୮ ତାରିଖ ସୁଦ୍ଧା ନୋଟିସ୍‌ର ଜବାବ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଉଭୟଙ୍କ ପ୍ରାଇଭେଟ୍ ପ୍ରପର୍ଟି ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନକରିବା ଏବଂ ଶାଳିନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଆଞ୍ଚ ନଆଣିବା ନେଇ କୋର୍ଟ ହନି ସିଂହଙ୍କୁ ନିର୍ଦେଶ ଦେଇଛନ୍ତି ।

Honey Singh shares a throwback pic with wife Shalini from their wedding.  See it here - Hindustan Times

ସୂଚନା ଅନୁସାରେ, ହନି ସିଂହଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଶାରୀରିକ ହିଂସା, ଯୌନ ହିଂସା, ମାନସିକ ଉତ୍ପୀଡନ ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି ଶାଳିନୀ ତଲଓ୍ବାର । ହନି ସିଂହଙ୍କ ପିତା-ମାତା ଏବଂ ଭଉଣୀଙ୍କ ବିରୁଦ୍ଧରେ ମଧ୍ୟ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ଶାଳିନୀ । ତାଙ୍କର ସମସ୍ତ ସମ୍ପତ୍ତି ଫେରାଇବା ଏବଂ କୌଣସି ପ୍ରପର୍ଟି ନବିକିବା ପାଇଁ ସେ କୋର୍ଟଙ୍କୁ ଅପିଲ କରିଥିଲେ । ଏହି ଆଧାରରେ କୋର୍ଟ ମଧ୍ୟ ହନି ସିଂହଙ୍କୁ ସେହି ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ହନି ସିଂହ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ୨୦ ବର୍ଷ ଧରି ବନ୍ଧୁତ୍ବ ଥିଲା । ପରେ ଉଭୟ ୨୦୧୧ ମସିହାରେ ବିବାହ କରିଥିଲେ । ସିଖ୍ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହମକୁ ନେଇ କାହାରିକୁ ଜଣାଯାଇନଥିଲା । ଏହାର କିଛି ଦିନ ପରେ ଫିୟର ଫ୍ୟାକ୍ଟର- ଖତରୋଁ କି ଖିଲାଡି ସିଜିନ୍‌ ୫ର ପ୍ରତିଯୋଗୀ ଡିୟାନା ଉପ୍ପଲଙ୍କ ସହ ହନି ସିଂହଙ୍କ ନାଁ ଯୋଡା ଯାଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ଦେଖାଦେଇନଥିଲା ।

Yo Yo Honey Singh's wife Shalini Talwar alleges domestic violence, Delhi  Court issues notice

   Related Posts