ନୂଆଦିଲ୍ଲୀ: କମ୍ ଦାମରେ ମହଙ୍ଗା ଫିଚର୍ସବାଲା କାର ଲଞ୍ଚ କଲା ହୋଣ୍ଡା। ହୋଣ୍ଡା ଆମାଜ ୨୦୨୪(Honada amaze 2024) ଲଞ୍ଚ ହୋଇଛି। ଏହାର ଟପ୍ ଭ୍ୟାରିଏଣ୍ଟର ଏକ୍ସ ଶୋରୁମ ମୂଲ୍ୟ ୧୦.୯୦ ଲକ୍ଷ ଟଙ୍କା ରଖାଯାଇଛି। ଏହି କାର୍ର ଦାମ ସୁହାଇଲା ଭଳି ହୋଇଥିବା ବେଳେ ଆଡଭାନ୍ସ ଆସିଷ୍ଟାଣ୍ଟ ସିଷ୍ଟମ(ଏଡିଏଏସ୍) ଓ ହୋଣ୍ଡା ସେନ୍ସିଂ ରହିଛି। ଭାରତରେ ଏକମାତ୍ର କାର୍ କମ୍ପାନୀ ହିସାବରେ ହୋଣ୍ଡା ପାଖରେ ଏଡିଏଏସ୍ ଯୁକ୍ତ ପୋର୍ଟଫୋଲିଓ ରହିଛି।
୨୦୨୪ ଆମାଜ ହେଉଛି କମ୍ପାକ୍ଟ ସେଡାନ୍ର ଥାର୍ଡ ଜେନେରେସନ କାର୍। ଫାଷ୍ଟ ଜେନେରେସନ ମଡେଲ୍ ଏପ୍ରିଲ୍ ୨୦୧୩ରେ ମାର୍କେଟକୁ ଆସିଥିଲା। ସେହିପରି ୨୦୧୮ରେ ସେକେଣ୍ଡ ଜେନେରେସନ କାର୍ ବଜାରରେ ଏଣ୍ଟ୍ରି ମାରିଥିଲା। କମ୍ପାନୀର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ହୋଣ୍ଡା ଏହି ୟୁନିଟ୍ରେ ମୋଟ ବିକ୍ରି ୫.୮୦ ଲକ୍ଷ ହୋଇଛି। ତେବେ ଆମାଜେ ମୋଟ ବିକ୍ରିର ୪୦ ପ୍ରତିଶତ କବ୍ଜା କରିବ ବୋଲି କମ୍ପାନୀ ଦାବି କରିଛି।
କାର୍ରେ ଅନେକ ଆଡଭାନ୍ସ ସିଷ୍ଟମ ରହିଥିବା ବେଳେ ପାୱାରଟେନ କିନ୍ତୁ ସମାନ ରହିଛି। ଡ୍ରାଇଭିଂ ଏକ୍ସପିରିଏନ୍ସକୁ ଉନ୍ନତମାନ କରିବା ପାଇଁ କାର୍ରେ ୧.୨ ଲିଟରର ୪ଟି ସିଲିଣ୍ଡର ଏସଓଏଚସି ଆଇ-ଭିଟିଇସ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଯାହା ୯୦ପିଏସ ମାକ୍ସିମମ ପାୱାର ଏବଂ ୧୧୦ ଏନ୍ ପିକ୍ ଟର୍କ ଜେନେରେଟ କରିବ। ଟ୍ରାନ୍ସମିସନ ବିକଳ୍ପରେ ୫ ସ୍ପିଡ୍ ଏମ୍ଟି ଏବଂ ସିଭିଟି ଅଟୋମେଟିକ ବ୍ୟବସ୍ଥା ରହିଛି। ହୋଣ୍ଡା ଆମେଜ କାର୍ର CVT ଅପସନ ପାଇଁ ପ୍ରତି ଲିଟର ୧୯.୪୬ କିମି ଓ ଏମ୍ଟି ଅପସନ ପାଇଁ ୧୮.୬୫ କିମି ମାଇଲେଜ ଦେବ ବୋଲି କମ୍ପାନୀ ଦାବି କରିଛି।
କାର୍ରେ ୩ ଭ୍ୟାରିଏଣ୍ଟ- ଭି, ଭିଏକ୍ସ ଏବଂ ଜେଡ୍ଏକ୍ସରେ ଉପଲବ୍ଧ ହେବ। ଭ୍ୟାରିଏଣ୍ଟ ଅନୁସାରେ କାର୍ର ଏକ୍ସ ସୋ ରୁମ ମୂଲ୍ଯ ବି ଅଲଗା ଅଲଗା ରହିଛି। ଜାଣନ୍ତୁ-
New Amaze V MT - Rs 8 lakh
New Amaze V CVT - Rs 9.20 lakh
New Amaze VX MT - Rs 9.10 lakh
New Amaze VX CVT - Rs 10 lakh
New Amaze ZX MT - Rs 9.70 lakh (with ADAS)
New Amaze ZX CVT - Rs 10.90 lakh