ହୋଣ୍ଡା କରିବ ଧମାକା ! ବଜାରକୁ ଆସୁଛି ନୂଆ Activa Hybrid

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ  ୦୭।୦୧ :  ଆସୁଛି ଆକ୍ଟିଭାର ଆଉ ଏକ ନୂଆ ଭର୍ସନ । ନୂଆ ରୂପ ନେଇ ବଜାରକୁ ଓହ୍ଲାଇବ ହୋଣ୍ଡା ହାଇବ୍ରିଡ୍‌-ସ୍କୁଟି । ଆକ୍ଟିଭା ସିରିଜ୍‌ରେ ନୂଆ ହାଇବ୍ରିଡ-ବାଇକ୍‌ ଆସନ୍ତା ଜାନୁଆରୀ ୨୩ରେ ଲଞ୍ଚ କରିବାକୁ ଯୋଜନା କରିଛି କମ୍ପାନୀ ।

ମିଡିଆ ରିପୋର୍ଟସ ଅନୁଯାୟୀ, ହୋଣ୍ଡା କମ୍ପାନୀ ତରଫରୁ ଖୁବଶୀଘ୍ର ଆକ୍ଟିଭାର ହାଇବ୍ରିଡ୍‌ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି । ଏହି ସ୍କୁଟିକୁ ମାର୍କେଟକୁ ଛାଡିବାକୁ କମ୍ପାନୀ ଜୋରଦାର ପ୍ରସ୍ତୁତି ଚଲାଇଛି । ୨୦୨୩ , ଜାନୁଆରୀ ୨୩ ତାରିଖରେ ଏହି ହାଇବ୍ରିଡ୍‌ ସ୍କୁଟିକୁ ଲଞ୍ଚ କରିବାକୁ ଯାଉଛି ।  ହୋଣ୍ଡା ଇକୋ ଟେକ୍ନୋଲୋଜିରେ ଏହାକୁ ନିର୍ମାଣ କରାଯାଇଛି ।

ବିଶେଷଜ୍ଞଙ୍କ ମତରେ, ହୋଣ୍ଡାର ଆଗକୁ ଆସୁଥିବା ଏହି ହାଇବ୍ରିଡ୍‌ ମଡେଲକୁ ନୂତନ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଦୀର୍ଘ ଦୂରତା ଅତିକ୍ରମ କରିବାରେ ସକ୍ଷମ ହେବ ଏହି ହାଇବ୍ରିଡ ସ୍କୁଟର । ଏହି ହାଇବ୍ରିଡ୍‌ ଦୁଇଚକିଆ ଯାନ ୦.୫ କିଲୋଓ୍ୱାଟର ବ୍ୟାଟେରୀ ସହ ସଂୟଚାଳିତ ଷ୍ଟାଟର ମଟର ସଂଯୋଗ କରାଯାଇଛି । ଯାହାକି ଘଣ୍ଟାପ୍ରତି ୪୦ କିମି ବେଗରେ ୧୦ରୁ ୧୫ କିମି ଦୂରତା ଅତିକ୍ରମ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.