୧୨ ଜୁନରେ ଲଂଚ ହୋଇପାରେ ହୋଣ୍ଡା ଆକ୍ଟିଭା 6 ଜି, ରହିଛି ଦମଦାର ଫିଚର

Published By : Prameya-News7 Bureau | June 03, 2019 IST

ଚଳିତ ବର୍ଷ ଜୁନ ମାସ ୧୨ ତାରିଖରେ ଭାରତରେ ହୋଣ୍ଡା ଆକ୍ଟିଭା 6 ଜି ଲଂଚିଙ୍ଗ ହୋଇପାରେ। ହୋଣ୍ଡା ଟୁ ହ୍ବିଲର୍ସ ଇଂଡିଆ କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ଯେ, କମ୍ପାନୀ ଏକ ନୂଆ ପ୍ରଡକ୍ଟ ଲଂଚ କରିବ। ହୋଣ୍ଡା ଆକ୍ଟିଭା 6-ଜିର ଲଂଚିଙ୍ଗ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ହୋଣ୍ଡା ଏବେ CB300R ଓ CBR650R ବାଇକ୍‌ ଲଂଚ କରିଛି। CB300Rର ଦାମ ୨.୪୧ ଲକ୍ଷ ଟଙ୍କା ଓ CBR650Rର ମୂଲ୍ୟ ୭.୭୦ ଲକ୍ଷ ଟଙ୍କା । କମ୍ପାନୀ CBR650R ବାଇକ୍‌ର ନେକେଡ୍‌ ଭର୍ସନ ମଧ୍ୟ ଲଂଚ କରିପାରେ।

ତେବେ ଆଗ ଭଳି ହୋଣ୍ଡା ଆକ୍ଟିଭା ବଜାରରେ ଏତେ ବିକ୍ରି ହେଉନାହିଁ । ଅପରପକ୍ଷରେ ସିବି ସାଇନ୍‌ର ପ୍ରଦର୍ଶନ ମଧ୍ୟ କିଛି ଖାସ ରୋଜଗାର କରିନାହିଁ।

{"id":119179}

ସୂଚନାଯୋଗ୍ୟ ଯେ, ଆକ୍ଟିଭାର ବ୍ରାଣ୍ଡ ନ୍ୟୁ ଜେନେରେସନ କମ୍ପାନୀ ଲଂଚ କରିପାରେ। ନୂଆ ଆକ୍ଟିଭାକୁ ଅନେକ ଥର ଟେଷ୍ଟିଂଗ ସମୟରେ ଦେଖିବାକୁ ମିଳିଛି। ଇଣ୍ଟରନେଟ୍‌ରେ ଥିବା ସୂଚନା ଅନୁସାରେ ହୋଣ୍ଡା ଆକ୍ଟିଭା 6-ଜିର ମେକନିକାଲ ଓ କସମେଟିକ୍‌ ପରିବର୍ତ୍ତନ କରାଯାଇପାରେ।

ନୂଆ ହୋଣ୍ଡା ଆକ୍ଟିଭା 6-ଜିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଲିବ। ଏହି ଗାଡିର ଫ୍ରଣ୍ଟକୁ ରିଡିଜାଇନ କରାଯାଇଛି। କଲରରେ ମଧ୍ୟ ନୀଳ ରଂଗର ଗ୍ରାଫିକ୍ସ ଦିଆଯାଇଛି। ପ୍ରଥମ ମଡେଲ ଭଳି ଏଥିରେ ସ୍ପିଡୋମିଟର ଆନାଲଗ ଅଛି କିନ୍ତୁ ଏକ ଛୋଟ ଡିଜିଟାଲ ସ୍କ୍ରିନ ମଧ୍ୟ ଦିଆଯାଇଛି। ରିଅର ଲାଇଟ୍‌ରେ ବଲ୍‌ବ ବଦଳରେ ଏଲଇଡି ରହିପାରେ। ଅଣ୍ଡର ସିଟ୍‌ରେ ଏଲଇଡି ଲାଇଟ୍‌ ସହ ମୋବାଇଲ୍‌ ଚାର୍ଜିଙ୍ଗ ପୋର୍ଟ ଦିଆଯିବ। ନୂଆ ମଡେଲରେ ଟେଲିସ୍କୋପିକ୍‌ ଫୋକସ୍‌ ଦିଆଯିବ। ନୂଆ ମଡେଲର ଦାମ ଆଉଟଗୋଇଙ୍ଗ ମଡେଲ୍‌ରୁ ଟିକେ ଅଧିକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.