LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଟବଣା ମାଗଣା ସ୍ୱାସ୍ଥ୍ୟସେବା ; ଚତୁର୍ଥ ଶ୍ରେଣୀ କର୍ମଚାରୀ ଚଳାଉଛନ୍ତି ଡାକ୍ତରଖାନା

10/05/2018 at 11:59 AM

ନୂଆପଡା ଜିଲ୍ଲା ଠାରୁ ପାଖାପାଖି ୪୦ କି.ମି ଦୂର ପଡୋଶୀ ଜିଲ୍ଲା ବଲାଙ୍ଗିର ସିମାନ୍ତବର୍ତ୍ତୀ କୋମନା ବ୍ଲକ ର ଦାର୍ବ୍ରିପଡା ଠାରେ ୧୯୭୯ ମସିହାରେ ଖୋଲା ଯାଇଥିଲା ଏକ ହୋମିଓପ୍ୟାଥି ଚିକିତ୍ସାଳୟ | ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ଏ ଥିଲା ସରକାର ଙ୍କ ଉଦ୍ଦେଶ୍ୟ |  ଠିକପାଲି,ଗଣ୍ଡାମେର,କାଣ୍ଡେତରା,ନୂଆଗାଁ ପଞ୍ଚାୟତ ତଥା ଆଖ ପାଖରେ ଥିବା ପାଖାପାଖି ୧୫ ଟି ଗାଁ ର ଲୋକେ ଏହା ଉପରେ ଭରଷା ରଖିଥିଲେ | ପ୍ରଥମେ ପ୍ରଥମେ ଗୋଟିଏ ଡାକ୍ତର ଜଣେ ଫର୍ମାସିଷ୍ଟ ଓ ଜଣେ ପିଅନ ସହାୟତାରେ ଲୋକେ ଭଲ ଚିକିତ୍ସା ପାଇଥିଲେ,ପରେ କାଁ ଭାଁ କେବେ କେମିତି ଡାକ୍ତର ଆସି ଚିକିତ୍ସା କରୁଥିଲେ | ହେଲେ ଦିର୍ଘ ତିନିବର୍ଷ ହେବ ଡାକ୍ତରଖାନା ରେ ଡାକ୍ତର ନାହାନ୍ତି | ମାସ ମାସ ଧରି ଡାକ୍ତରଖାନା ବନ୍ଦ ପଡି ରହୁଛି | ଅନେକ ରୋଗୀ ଫେରିଯିବା ପରେ ଏବେ ଡାକ୍ତରଖାନା ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ଭାଙ୍ଗି ଗଲାଣି | ବର୍ଷ ବର୍ଷ ଧରି ଓୌଷଧ ପଡି ରହିଥିବା ବେଳେ ତାହା ସବୁ ଏକ୍ସପାଏରି ହୋଇ ଗଲାଣି | ପିଅନ କିନ୍ତୁ କହୁଛନ୍ତି ହୋମିଓପ୍ୟାଥି ଓୌଷଧ କେବେ ଏକ୍ସପାଏରି ହୁଏନି | ତାହାସହ ଡାକ୍ତରଖାନା ଖୋଲାଯିବା ସହ ପ୍ରାଥମିକ ଚିକିତ୍ସା,କାଶ ସର୍ଦ୍ଦି ଭଳି ରୋଗୀ ଙ୍କୁ ଓୌଷଧ ମଧ୍ୟ ଦିଆ ଯାଉଥିବା କହୁଛନ୍ତି ପିଅନ ଜଣକ | ଡାକ୍ତର ଓ ଫର୍ମାସିଷ୍ଟ ବିହୀନ ଡାକ୍ତରଖାନାକୁ ଅନଭିଜ୍ଞ ପିଅନ କେମିତି ସମ୍ଭାଳୁଛନ୍ତି ତାହା ଏକ ବଡ ପ୍ରଶ୍ନ |
ତିନି ବର୍ଷ ପରେ ଦୁଇଦିନ ତଳେ ଜଣେ ଡାକ୍ତର ଙ୍କୁ ସିନାପାଲି ବ୍ଲକ ଗଣ୍ଡାବାହାଲି ଡାକ୍ତରଖାନାରୁ ଡେପୁଟେସନ ରେ ପଠା ଯାଇଛି | ଡାକ୍ତର ଜଣକ ତାଙ୍କର ବେଣିଙ୍ଗ ପତ୍ର ଥୋଇଦେଇ ଫେରାର | ଆସିବେ କି ନାହିଁ ତାର ମଧ୍ୟ ଠିକ ଠିକଣା ନାହିଁ | ଏବେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଟିକକ ପାଇଁ ମଧ୍ୟ ୧୨ ରୁ ୧୫ କିଲୋମିଟର ଯିବାକୁ ପଡୁଛି | ଚିକିତସାଳୟର ଏଭଳି ସମସ୍ୟା କୁ ଦୂର କରିବା ପାଇଁ ଅଞ୍ଚଳବାସୀ ଙ୍କ ତରଫରୁ ଅନେକ ଥର ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରା ଯାଇଛି ହେଲେ କେହି ଶୁଣି ନାହାନ୍ତି | ଯାହାପାଇଁ ରୋଗୀ ସେବାରୁ ବଞ୍ଚିତ ରହୁଥିବା ବେଳେ ଚିକିତ୍ସାଳୟ ବର୍ତ୍ତମାନ ଜରାଜିର୍ଣ୍ଣ ଅବସ୍ଥାରେ ଗତି କରୁଛି | ଏନେଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଭେଟିଥିଲୁ | ଦାବ୍ରିପଡା ହୋମିଓପ୍ୟାଥି ଚିକିତ୍ସାଳୟର ରେ ରହିଥିବା ସମସ୍ୟା ସ୍ବିକାର କରିଥିବା ବେଳେ ସେଠାରେ ଡାକ୍ତର ପଦବୀ ପାଇଁ ସରକାର ଙ୍କୁ ଲେଖା ଯାଇଥିବା କହିଛନ୍ତି | ଏହାସହ ଏକ୍ସପାଏରି ଓୌଷଧ ଉପରେ ତଦାରଖ କରିବା ସହ ଡାକ୍ତରଖାନା କେମିତି ସୁରୁଖୁରୁରେ ଚାଲିବ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ |
ଜଣେ ଡାକ୍ତର ଡେପୁଟେସନ ରେ ଦିଆଯାଇଥିବା କଥା କିନ୍ତୁ ସିଡିଏମଓ ଙ୍କ ପାଖରେ ଖବର ନାହିଁ | ସିଡିଏମଓ ତାଙ୍କ କଥା ରଖିବେ ନା ପୂଣି ଭୁଲିଯିବେ ତାହା ଆଗକୁ ଜଣା ପଡିବ | ଡାକ୍ତର ଠିକ ଭାବରେ ତାଙ୍କର ଦାୟୀତ୍ବ ତୁଲାଇଲେ ରୋଗୀ ସେବା ପାଇବା ସହ ଉପକୃତ ହୋଇ ପାରିବେ ନଚେତ୍ ଦିନ ଗଡି ଗଡି ଓୌଷଧ ର ଅବଧି ପୂଣି ଶେଷ ହୋଇଯିବ | ଏହା ଉପରେ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି |

Leave a Reply

   Related Posts