oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ନିଜେ ହୋମଗାର୍ଡ, କିନ୍ତୁ ପୋଲିସ ଚାକିରୀ କରାଇବାକୁ କହି ନେଇଛନ୍ତି ଟଙ୍କା : ଅଭିଯୋଗ ପରେ ବନ୍ଧାହେଲେ କାମାକ୍ଷାନଗର ଥାନା ଅଧିକାରୀଙ୍କ ଡ୍ରାଇଭର

26/06/2021 at 4:26 PM

ଢେଙ୍କାନାଳ ୨୬।୬: କଥାରେ ଅଛି ଚାକିରୀ କରିବ ପୋଲିସ । ଆଉ ମାଛ ଖାଇବ ଇଲିସି । ଲୋକଙ୍କୁ ଡ଼ରାଇ ଧମକାଇ ବିଭିନ୍ନ ସମୟରେ ଚାନ୍ଦା ଆଦାୟ କରି ଖସି ଯାଉଥିଲେ । ତେବେ ପର ପଇସାରେ ଇଲିସି ଖିଆ ଅଭ୍ୟାସ ରଖିଥିବା ଏମିତି ଜଣେ ପୋଲିସ ହୋମଗାର୍ଡ ଏବେ କିନ୍ତୁ ହରଡଘଣାରେ ପଡିଯାଇଛନ୍ତି । ଢେଙ୍କାନାଳ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ହୋମଗାର୍ଡଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜଗବନ୍ଧୁ ପରିଡା ନାମକ ଜଣେ ହୋମଗାର୍ଡ କାମାକ୍ଷାନଗର ଥାନା ଅଧିକାରୀଙ୍କ ଡ୍ରାଇଭର ଭାବେ କାମ କରନ୍ତି । ତେବେ ଥାନା ବାବୁଙ୍କ ଡ୍ରାଇଭର ବୋଲି ନିଜର ପାରିବା ପଣିଆ ଦେଖାଇ ପୋଲିସରେ ଚାକିରୀ କରାଇଦେବ ବୋଲି କାମାକ୍ଷାନଗର ଥାନା ରେକୁଳା ଅଞ୍ଚଳର ଅମିତ ପଟ୍ଟନାୟକ ନାମକ ଜଣେ ଯୁବକଙ୍କଠାରୁ ପର୍ଯ୍ୟାୟ କ୍ରମେ ୨୦ହଜାର ଟଙ୍କା ଠକି ନେଇଥିଲେ । ଏ ସମ୍ପର୍କରେ ଠକାମୀର ଶିକାର ହୋଇଥିବା ଯୁବକଙ୍କ ପକ୍ଷରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଫଳରେ ହୋମଗାର୍ଡଙ୍କର ଅସଲ ମୁଖା ଖୋଲିଯାଇଥିଲା । ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି  ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ପୋଲିସ ଆଜି ଉକ୍ତ ହୋମଗାର୍ଡ ଜଗବନ୍ଧୁ ପରିଡାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରିବାରୁ ଜାମିନ ନାମଞ୍ଜୁର ଯୋଗୁଁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

   Related Posts