Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||
  • ପୁରୀ : ପୁରୀ ଷ୍ଟେସନରେ ଟଳିଲା ବଡ ଦୁର୍ଘଟଣା, ପୁରୀ-ଗୁଣୁପୁର ଟ୍ରେନ୍‌ର ଶେଷ ବଗି ଲାଇନଚ୍ୟୁତ
  • ||
  • ଲମତାପୁଟ: ଅତଡା ଖସି ୨ ମୃତ, ନଦୀକୁ ମାଟି କାଢିବାକୁ ଯାଇ ଚାଲିଗଲା ଜୀବନ
  • ||

ହଳଦିଆ ପଡୁଛି କି ଦାନ୍ତ ! ଏହି ଉପାୟ କରନ୍ତୁ ପ୍ରୟୋଗ, ମିଳିବ ଆଶ୍ବସ୍ତି…

17/03/2023 at 12:02 PM

ନୂଆଦିଲ୍ଲୀ ୧୭।୦୩; ନିୟମିତ ରୂପେ ସମସ୍ତେ ଦାନ୍ତ ଘଷନ୍ତି । କିନ୍ତୁ ଏହାପରେ ବି ଅନେକ ଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆ ରଙ୍ଗ । ଏପରି ପରିସ୍ଥିତିରେ, ସେହି ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବରେ ହସିବା ଏବଂ କଥା କହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବା ପାଇଁ ସେମାନେ କଣ କରିବେ ତାହା ବୁଝିପାରନ୍ତି ନାହିଁ । ଏହି ସମସ୍ୟାରୁ ମୁକୁଳିବା ପାଇଁ ଆସନ୍ତୁ ଜାଣିବା ୪ଟି ଉପାୟ । ଯାହାକୁ କହିବା ଦ୍ବାରା ହଳଦିଆ ଦାନ୍ତରୁ ମିଳିପାରିବ ମୁକ୍ତି ।

୧. ଲୁଣ ଏବଂ ଷ୍ଟ୍ରବେରୀ

ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଯାଇଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଲୁଣ ଏବଂ ଷ୍ଟ୍ରବେରିକୁ ମିଶାଇ ବ୍ରଶରେ ରଖନ୍ତୁ ଏବଂ ଏହାପରେ ଧୀରେ ଧୀରେ ଦାନ୍ତ ସଫା କରନ୍ତୁ ।  ବିଶେଷଜ୍ଞଙ୍କ ଅନୁଯାୟୀ, ଏହା କରିବା ଦ୍ୱାରା ଦାନ୍ତ ଧଳା ମୋତି ପରି ଝଲସି ଉଠିବ ।

୨. ଭିନେଗାର

ହଳଦିଆ ଦାନ୍ତରୁ ମୁକ୍ତି ପାଇବା ପାଇଁ ବେଶ୍ ପ୍ରଭାବଶାଳୀ ହୋଇପାରେ ଭିନେଗାର । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଭିନେଗାରକୁ ଏକ ଗ୍ଲାସ୍ ପାଣିରେ ମିଶାଇ ସେଥିରେ ଗାର୍ଗେଲିଙ୍ଗ କରିବାକୁ ପଡିବ । କୁହାଯାଏ ଯେ ଏପରି କରିବା ଦ୍ବାରା ପାଟିର ଗନ୍ଧ ଦୂର ହେବା ସହିତ ଦାନ୍ତରେ ମଧ୍ୟ ଚମକ ଫେରିଥାଏ ।

୩. ଅଦା

ହଳଦିଆ ଦାନ୍ତ ସମସ୍ୟା ଦୂର କରିବାର ଆଉ ଏକ ଉପାୟ ହେଉଛି ଅଦା । ଅଦାକୁ ଲୁଣ ସହ ମିଶାଇ ଗରମ ପାଣିରେ ଫୁଟାଇବାକୁ ପଡିବ । ଏହାପରେ ଆପଣ ଗାର୍ଗେଲିଙ୍ଗ କରିବେ । ଏପରି କରିବା ଦ୍ବାରା ଦାନ୍ତର ହଳଦିଆ ଏବଂ ପାଟିର ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଏ ।

୪. ବେକିଂ ସୋଡା

ବେକିଂ ସୋଡା ବ୍ୟବହାର କରି ଆପଣ ହଳଦିଆ ଦାନ୍ତକୁ ମଧ୍ୟ ଚକ୍‌ଚକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ରଶରେ ଏକ ଚାମଚ ଲୁଣ ଏବଂ ବେକିଂ ସୋଡା ରଖି ଧୀରେ ଧୀରେ ଦାନ୍ତକୁ ସଫା କରିବାକୁ ପଡିବ । ଏହା କରିବା ଦ୍ୱାରା ଦାନ୍ତ ଧଳା ହୋଇଯାଏ  ।

   Related Posts