ଅକ୍ଷୟଙ୍କ 'ପୃଥୀରାଜ୍‌' ଦେଖିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା, ସ୍ପେଶାଲ୍‌ ସ୍କ୍ରିନିଂରେ ହେବେ ସାମିଲ୍‌

Published By : Prameya-News7 Bureau | May 25, 2022 IST

ମୁମ୍ବାଇ ୨୫।୦୫ : ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମବ ପୃଥୀରାଜଙ୍କ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଏହା ଅନ୍ୟତମ । ଏହି ଚଳଚ୍ଚିତ୍ରଟି ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। ଏହି ସମୟରେ, ଫିଲ୍ମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଐତିହାସିକ ଫିଲ୍ମ ଦେଖିବେ।

ମିଡିଆ ରିପୋର୍ଟ ଅନୁଯାୟୀ ଏନେଇ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ମଙ୍ଗଳବାର ସୂଚନା ଦେଇଛନ୍ତି କି କେନ୍ଦ୍ର ମନ୍ତ୍ରୀ ଜୁନ୍‌-୩ରେ ଏହି ଫିଲ୍ମକୁ ଦେଖିବେ। ଦେଖିବେ। ଏହା ବ୍ୟତୀତ ସେ କହିଛନ୍ତି କି ଆମ ସମ୍ମାନର ବିଷୟ ଯେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସମ୍ରାଟ ପୃଥୀରାଜ୍‌ ଚୌହାନ୍‌ଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ସାକ୍ଷୀ ହେବାକୁ ଯାଉଛନ୍ତି। ଫିଲ୍ମର ସ୍କ୍ରିନିଂ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି।

ଫିଲ୍ମ ବିଷୟରେ କହିବାକୁ ଗଲେ, ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ପୃଥୀରାଜ୍‌ଙ୍କ ଭୂମିକାରେ ନଜର ଆସିବେ। ଏହି ସମୟରେ, ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ମନୁଷୀ ଚିଲାରଙ୍କୁ ଏହି ଚଳଚ୍ଚିତ୍ରରେ ସଂୟୋଗିତା ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୩ ଜୁନରେ ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.