ପୁରୀରେ ରାତି କାଟିବେ ଅମିତ୍ ଶାହ, କଂଗ୍ରେସ ବାରିଲା ରାଜନୈତିକ ଗନ୍ଧ

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ୨୩/୨:୨୮ରେ ଓଡିଶା ଆସିବେ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ୨୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରେ ପହଁଞ୍ଚିବେ । ପ୍ରଥମେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ପରିଷଦ ବୈଠକରେ ଯୋଗଦେବେ । ୨୮ ତାରିଖ ଅପରାହ୍ନରେ ବିଜେପି ସିଏଏ ସପକ୍ଷରେ ଭୁବନେଶ୍ବର ଜନତା ମଇଦାନରେ ଏକ ବିରାଟ  ଶୋଭାଯାତ୍ରା ଓ ସଭା ଆୟୋଜନ ହୋଇଛି ।

ଗୃହ ମନ୍ତ୍ରୀ ଅମିତ ଶାହ ଏହି ଦଳୀୟ ସଭାରେ ଯୋଗଦେଇ ନାଗରିକତା ଆଇନ ସପକ୍ଷରେ ଉଦବୋଧନ ଦେବେ । ଜନତା ମଇଦାନରେ ହେବାକୁ ଥିବା ଏହି ବିଶାଳ ସଭାରେ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ବିଜେପି । ଯେଉଁଥିରେ ଦଳର ୩୬ ହଜାର ବୁଥ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରର କର୍ମକର୍ତ୍ତା ସାମିଲ ହେବେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ସଭାରେ ଉପସ୍ଥିତ ରହିବେ ବୋଲି ଦଳ କହିଛି । କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତ ଶାହଙ୍କର  ଏହା ହେବ ପ୍ରଥମ ଓଡିଶା ଗସ୍ତ । ୨୮ ରାତିରେ ଅମିତ ଶାହ ପୁରୀରେ ରାତ୍ର ଯାପନ କରିବେ । ୨୯ରେ  ମହାପ୍ରଭୁ ଜଗନ୍ନାଥ ଓ ଭୁବନେଶ୍ବରରେ ଲିଙ୍ଗରାଜଙ୍କ ଦର୍ଶନ କରି  ୨୯ରେ ଦିଲ୍ଲୀ ଫେରିବେ। ସେପଟେ ଅମିତ୍ ଶାହାଙ୍କ ଏହି ଗସ୍ତ ଓ କାର୍ଯ୍ୟକ୍ରମରୁ ରାଜନୈତିକ ଗନ୍ଧ ବାରିଛି କଂଗ୍ରେସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.