ସରକାରଙ୍କୁ ଦିଲ୍ଲୀ ଚିନ୍ତା, ଶାହା କଲେ ସମୀକ୍ଷା

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨: ସିଏଏ ବିରୋଧୀ ପ୍ରଦର୍ଶନ ନେଇ ରାଜଧାନୀ ଦିଲ୍ଲୀ ଅଶାନ୍ତ ହୋଇ ପଡିଛି । ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରୀ ଇଲାକାରେ ସୋମବାର ଦିନ ଦେଖାଦେଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦ପାର ହୋଇଛି  । ତେବେ  ପରିସ୍ଥିତି ଅତି ସମ୍ବେଦନଶୀଳ ହୋଇ ପଡିଥିବାରୁ ଦିଲ୍ଲୀ ସ୍ଥିତିର ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

{"id":228939,"sizeSlug":"large"}

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ,  ଉପରାଜ୍ୟପାଳ, ଦିଲ୍ଲୀ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଦିଲ୍ଲୀ ପୋଲିସ କମିଶନରଙ୍କ ସହ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଏହା ଆଗରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ମନ୍ତ୍ରୀ, ଆପ୍ ବିଧାୟକ ଏବଂ ଅନ୍ୟ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଦିଲ୍ଲୀ ବାହାରୁ ଅରାଜକ ତତ୍ବ ଆସୁଥିବାରୁ ଦିଲ୍ଲୀ ସୀମା ସିଲ୍ କରିବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି ।  ଦିଲ୍ଲୀର ସମସ୍ତ ହସପିଟାଲକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1232192191046356992","type":"rich","providerNameSlug":"twitter","className":""}
https://twitter.com/ANI/status/1232192191046356992
/wp:core-embed/twitter

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।  ହିଂସାଗ୍ରସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବରହମପୁରୀ, ମୋଜପୁର, ଚାନ୍ଦପୁର, କରାବଲ ନଗରରେ ୩୭ କମ୍ପାନୀ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେଇଛି । ଉତ୍ତର-ପୂର୍ବ  ଦିଲ୍ଲୀର ୧୨ଟି ଅଞ୍ଚଳରେ  ଦିଲ୍ଲୀ ପୋଲିସ ସହ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ସେପଟେ ଉତ୍ତର ପୂର୍ବ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । କୌଣସି ପ୍ରକାରର ହିଂସାରେ ଭାଗ ନ ନେବା ଲାଗି ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସୋନିଆ ଗାନ୍ଧୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.