ଗୃହମନ୍ତ୍ରୀ ଅମିତ ଶାହ: ଓଡ଼ିଶାରେ ଅଚ୍ଛେଦିନ୍‌ ଆସିଛି; ଏଠାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି

Published By : Prameya-News7 Bureau | August 08, 2022 IST

କଟକ ୦୮/୦୮:ଗୋଟିଏ ମଞ୍ଚରେ ଏକାଠି ହେଲେ ଦେଶ ଓ ରାଜ୍ୟର ତିନି ପ୍ରମୁଖ ନେତା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରୀୟ ଶିକ୍ଷା ତଥା ଦକ୍ଷତା ବିକାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅବସରରେ ସେମାନେ ଏକେତ୍ରିତ ହୋଇଛନ୍ତି। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ ଓଡ଼ିଶାରେ ଅଛେ ଦିନ୍ (ଭଲ ଦିନ) ଆସିଛି। ଏବେ ଏକାଠି ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଧରି ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ। ଏହା ପରେ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ଗୃହମନ୍ତ୍ରୀ। କହିଥିଲେ ‘‘ମୁଁ ଯେତେବେଳେ ବି ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରିବା ପରେ ଓଡ଼ିଶା ମାଟିରେ ପାଦ ରଖିଥାଏ। ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଜଗନ୍ନାଥ ସଭିଙ୍କୁ ଗୋଟିଏ ସୂତ୍ରରେ ଯୋଡ଼ୁଛନ୍ତି। ଓଡ଼ିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟ ଅନନ୍ୟ’’।

{"id":668204,"sizeSlug":"full","linkDestination":"none"}
ସଭାରେ ଉପସ୍ଥିତ ଥିବା ଜନତାଙ୍କୁ ଅମିତ ଶାହ ସମ୍ୱୋଧନ କରିବା ସମୟରେ, ଫଟୋ ସୌଜନ୍ୟ:~ Amit Shah Twitter

ଓଡ଼ିଶା ପାଇଁ ଅଚ୍ଛେ ଦିନ୍ ଆସିଛି। ଓଡ଼ିଶା ମାଟିରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି। ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଓଡ଼ିଶା ପାଇଁ ଭଲଦିନ ଦିନର ସଙ୍କେତ। ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷାମନ୍ତ୍ରୀ ହୋଇଛନ୍ତି। ରେଳବାଇ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ମଧ୍ୟ ଓଡ଼ିଶାରୁ ଅଛନ୍ତି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଓଡ଼ିଶାର। ସ୍ବାଧୀନତା ପରଠାରୁ ଓଡ଼ିଆକୁ ଏତେ ପ୍ରତିନିଧିତ୍ବ କେବେ ମିଳିନଥିଲା ଯେତିକି ଆଜି ମିଳିଛି ବୋଲି ଦେଶର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାରଙ୍କୁ ସାଥୀରେ ରଖି ଆମେ ସବୁ ପ୍ରକାର ପ୍ରୟାସ କରୁଛୁ। ମୋଦିଜୀଙ୍କ ପ୍ରୟାସ ହେଉଛି ଟିମ୍ ଇଣ୍ଡିଆରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୁହେଁ ମିଶିକି ଆଗକୁ ବଢ଼ିବା ଦରକାର। ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି। ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ବୋଲି ଅମିତ ଶାହ ତାଙ୍କ ଭାଷଣରେ କହିଛନ୍ତି।

{"id":668206,"sizeSlug":"full","linkDestination":"none"}
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ 'ପ୍ରଜାତନ୍ତ୍ର'ର ସମ୍ପାଦକ ଭର୍ତ୍ତୃହରି ମହତାବ ଏକ ବିଶେଷ ମୁହୁର୍ତ୍ତରେ

ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। ଆମର ବିଶାଳ ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସମ୍ପାଦନ କରିବା ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିଭଳି ଓଡ଼ିଶାକୁ କେବଳ ଭାରତବର୍ଷରେ ନୁହେଁ ବିଶ୍ୱରେ ଏକ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ପାଇଁ କାର୍ଯ୍ୟ କରିବା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ପୂର୍ବପୁରୁଷମାନେ ମଧୂବାବୁ, ଗୋପବନ୍ଧୁ ଦାଶ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବାଜି ରାଉତ ଯେଉଁ ସମୁହ ସ୍ବପ୍ନ ଦେଖିଥିଲେ, ଓଡ଼ିଶାକୁ ଚରମ ବୈଭବକୁ ନେବା ପାଇଁ ସମସ୍ତଙ୍କୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.