ଶାହିନବାଗ୍ ଆନ୍ଦୋଳନକୁ ପୁରିଲା ୬୨ ଦିନ, ନିର୍ବାଚନ ପରେ ଆଉ ଜମୁନି ଭିଡ, ଅମିତ ଶାହଙ୍କୁ ଭେଟିବେ ମହିଳା ବିକ୍ଷୋଭକାରୀ

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨:  ନାଗରିକ ସଂଶୋଧିତ ଆଇନ(ସିଏଏ), ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନ (ଏନଆରସି) ଓ ନ୍ୟାସନାଲ ପପୁଲେସନ ରେଜିଷ୍ଟାର (ଏନପିଆର)କୁ  ବିରୋଧ କରି ଦିଲ୍ଲୀ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ଏବେ ୬୨ ଦିନ ପୁରଣ ହୋଇଛି। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରଠାରୁ ଆନ୍ଦୋଳନ ସ୍ଥଳରେ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗରୁ ଆସୁଥିବା ନେତାମାନେ ଏବେ ଏଠାକୁ ଆସୁନଥିବା ବେଳେ ଲୋକଙ୍କ ଲାଗି ଏବେ ଏହା ଫ୍ଲପ୍ ସୋରେ ପରିଣତ ହୋଇଛି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଶାହିନବାଗ ବିକ୍ଷୋଭକାରୀଙ୍କୁ ଆଲୋଚନା ଲାଗି ଆମନ୍ତ୍ରିତ କରିଥିବା ଜଣାପଡିଛି। 

{"id":224788,"sizeSlug":"large"}

ଅମିତ ଶାହଙ୍କ ଆମନ୍ତ୍ରଣକୁ ବିକ୍ଷୋଭକାରୀମାନେ ପ୍ରଥମେ ଗ୍ରହଣ କରିନେଇଥିଲେ। ଏଥିରୁ ସେମାନେ ରବିବାର ମଧ୍ୟାହ୍ନ ୨ଟା ବେଳେ ଗୃହମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିବାର ଆକଳନ କରାଯାଉଛି। ହେଲେ ଏବେ ଏହାକୁ ନେଇ ବିକ୍ଷୋଭକାରୀ ମହିଳାଙ୍କ  ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଥିବା ଜଣାପଡିଛି। ଏଥିରେ ଗୋଟିଏ ଗୋଷ୍ଠୀ ମହିଳାଙ୍କ  ଏକ ପ୍ରତିନିଧି ଦଳ  ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ଜଣାପଡିଛି।

{"id":224789,"width":579,"height":530,"sizeSlug":"large"}

ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ନୂଆ ନାଗରିକତା ଆଇନ ସମ୍ପର୍କରେ ଯଦି କେହି ଆଲୋଚନା ଲାଗି ଆଗ୍ରହୀ ଥାନ୍ତି ତେବେ ସେ ତାଙ୍କ କାର୍ଯ୍ୟାଳୟରୁ ଅନୁମତି ମାଗି ପାରନ୍ତି। ତାଙ୍କୁ ୩ ଦିନରେ ଆଲୋଚନା ଲାଗି ଡକାଯିବ ବୋଲି ଅମିତ ଶାହ କହିଥିଲେ। ସେହିପରି ଏନପିଆର ଲାଗି କାହାରିକୁ କୌଣସ କାଗଜପତ୍ର, ଦଲିଲ ଦସ୍ତାବେଜ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ କହିଥିଲେ।

{"id":224790,"sizeSlug":"large"}

ବିରୋଧ ସ୍ଥଳକୁ ଆଉ ଲୋକେ ଆସୁନଥିବାରୁ ସେଠାରେ ଉତ୍ସାହ ମଧ୍ୟ ହ୍ରାସ ହୋଇଛି। ଏଣୁ ଶାହିନବାଗ ଆୟୋଜନକାରୀ ଲାଉଡ ସ୍ପିକର ଲଗାଇ ବିରୋଧରେ ଲୋକଙ୍କୁ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ ଦେଉଥିଲେ ହେଁ ସେଠାକୁ କୌଣସି ନେତା ଅଥବା କେନ୍ଦ୍ରମନ୍ତ୍ରୀ ଆସୁନଥିବାରୁ ଏଥିପ୍ରତି ଆଉ ଲୋକେ ଆଗଭଳି ଆଗ୍ରହୀ ନଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.