ଅମିତ୍ ଶାହାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍, ଆଉ କିଛି ଦିନ ରହିବେ ହୋମ ଆଇସୋଲେସନରେ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଶାହା ବର୍ତ୍ତମାନ କରୋନା ମୁକ୍ତ ହୋଇଛନ୍ତି। ହେଲେ ଏବେ ତାଙ୍କୁ ଆଉ କିଛି ଦିନ ସତର୍କତାମୂଳକ ଭାବେ ଆଇସୋଲେସନରେ ରହିବାକୁ ପଡିବ। ଖୋଦ୍ ଅମିତ୍ ଶାହା ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଆଜି ମୋର କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଛି। ମୁଁ ଈଶ୍ଵରକୁ ଧନ୍ୟବାଦ ଦେଉଛି ଏବଂ ଏହି ସମୟରେ ଯେଉଁ ଲୋକ ମୋର ସୁସ୍ଥକାମନା କରିଛନ୍ତି ଏବଂ ମୋ ପରିଜନକୁ ସାନ୍ତ୍ଵନା ଦେଇଛନ୍ତି ସେମାନେ ସମସ୍ତଙ୍କୁ ମୁଁ ହୃଦୟତାର ସହ କୃତଜ୍ଞତା ଜଣାଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ମୋତେ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ।

wp:html /wp:html

ଅମିତ୍ ଶାହା କରୋନା ସଂକ୍ରମିତ ହେବା ପରେ ମେଦାନ୍ତ ହସ୍ପିଟାଲରେ ଅଗଷ୍ଟ ୨ରୁ ଭର୍ତ୍ତି ହୋଇଥିଲେ। ଗତ କିଛି ଦିନରୁ ଅମିତ୍ ଶାହା ସୁସ୍ଥ ଅନୁଭବ କରୁଥିଲେ। ଗୁରୁବାର ବୟାନ ଅମିତ୍ ଶାହାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ସରକାର ସଚ୍ଚୋଟ କରଦାତାଙ୍କୁ ସଶକ୍ତ ଓ ସମ୍ମାନିତ କରିବା ପାଇଁ ଅନେକ ଐତିହାସିକ ନିର୍ଣ୍ଣୟ ନେଇଛନ୍ତି।

ଅମିତ୍ ଶାହା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅନେକ ବଡ ବଡ ହସ୍ତି ତାଙ୍କ ଶୀଘ୍ର ସୁସ୍ଥ କାମନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦି ତାଙ୍କ ଆରୋଗ୍ୟକାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.