ଯୁବତୀଙ୍କୁ କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେବା ମାମଲା, ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଳୀ, ୦୨/୦୧: ଦିଲ୍ଲୀର କଞ୍ଝାଓ୍ବାଲାରେ ମହିଳାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚା ପାଲଟିଛି। ଏବେ ଏହି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଳୀ ପୋଲିସ୍‌କୁ ସ୍ପଷ୍ଟ ନିର୍ଦେ୍ଦଶ ଦେଇଛନ୍ତି ଯେ ଏହି ମାମଲାର ବିସ୍ତୃତ ରିପୋର୍ଟ ତାଙ୍କୁ ତୁରନ୍ତ ଦିଆଯାଉ। ସୂଚନା ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦେ୍ଦଶରେ ଗୃହ ମନ୍ତ୍ରାଳୟ କଞ୍ଝାଓ୍ବାଲା କାଣ୍ଡରେ ଦିଲ୍ଲୀ ପୋଲିସ କମିଶନରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ଦିଲ୍ଳୀରେ ଜଣେ ୨୦ ବର୍ଷୀ୍ର ଯୁବତୀଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇଥିଲା ଏବଂ ପରେ ୧୩ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡ଼ି ନେଇଯାଇଥିଲା। ଏହି ବର୍ବରକାଣ୍ଡରେ ଯୁବତୀଙ୍କର ମୃତ୍ୟୁ ହୋଇଥିଶ। ଏହି ମାମଲାରେ ଆଇପିସି ଧାରା ୨୭୯ ଏବଂ ୩୦୪ଏ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଏହା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.