oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆସୁଛନ୍ତି ଶାହା , CAA ସପକ୍ଷରେ ଆୟୋଜିତ ଜନସଭାରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ

16/02/2020 at 12:46 PM

ଭୁବନେଶ୍ବର ୧୬।୦୨: ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଶାହା । ଆସନ୍ତା ୨୮ତାରିଖରେ ଓଡିଶାରେ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ  ଏହା ପ୍ରଥମ ଓଡିଶା ଗସ୍ତ । ଅମିତ ଶାହାଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାରାଦେଶରେ CAA ସପକ୍ଷରେ ବିଜେପିର ଜନସଭା କାର୍ଯ୍ୟକ୍ରମ ଚାଲୁଛି । ତେବେ ଓଡିଶାରେ CAA ସପକ୍ଷରେ ଆୟୋଜିତ ହୋଇଥିବା ଜନସଭାରେ ଯୋଗଦେବା ପାଇଁ ଓଡିଶା ଆସୁଛନ୍ତି ଅମିତ ଶାହା । ୨୮ତାରିଖ ଅପରାହ୍ନରେ ସମୟରେ ଓଡିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବରମୁଣ୍ଡା ପଡିଆରେ ଆୟୋଜିତ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ସେହିପରି ୨୯ତାରିଖ ଦିନ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦୁଇ ଦିନିଆ ଗସ୍ତରେ ଅମିତ ଶାହା ଭୁବନେଶ୍ବର ସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରଙ୍କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

   Related Posts