ଗୃହ ନିର୍ମାଣ ଅଗ୍ରିମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ - ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରିମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେକୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ । ହ୍ରାସ ପାଇଥିବା ସୁଧ ହାର ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହୋଇଛି । ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସହିତ ୫ ବର୍ଷ ଲଗାତାର ସେବା ପ୍ରଦାନ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏଚବିଏ ଲାଗୁ ହେବ ।
ମନ୍ତ୍ରଣାଳୟ/ବିଭାଗଗୁଡ଼ିକୁ ଏଚବିଏ ନିୟମ ଅନୁଯାୟୀ ନିଜ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରିମ (ଏଚବିଏ) ମଞ୍ଜୁର କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି । ଏଚବିଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ଯାହା ମାଧ୍ୟମରେ ସେମାନଙ୍କୁ ଘର କିମ୍ବା ଫ୍ଲାଟର କ୍ରୟ କିମ୍ବା ନିର୍ମାଣ ଲାଗି ସହାୟତା ପ୍ରଦାନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.