ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ

Published By : Prameya-News7 Bureau | March 08, 2021 IST

ଚଣ୍ଡିଖୋଲ ୮।୩: ଅଜଣା ଗାଡି ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ । ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ରେଲଓ୍ବେ ଓଭରବ୍ରିଜ୍ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଇକ୍ ଆରୋହୀ ଜଣଙ୍କ କଟକ ଅଭିମୁଖେ ଯାଉଥିବା ବେଳେ ନେଉଳପୁର ଛକ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରତାପ ଦାସ । ତାଙ୍କ ଘର ବିଞ୍ଝାରପୁର ଅଞ୍ଚଳରେ । ସେ କଟକରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.