ମହାନ କରୋନା ଯୋଦ୍ଧା ଗୌରୀ: ଝିଅ ମୃତ୍ୟୁର ୨ ଦିନ ପରେ ଆଖିରୁ ଲୁହ ପୋଛି ଆରମ୍ଭ କଲେ ଡ୍ୟୁଟି, ମୁଖ୍ୟମନ୍ତ୍ରୀ କଲେ ଭୂୟସୀ ପ୍ରଶଂସା

Published By : Prameya-News7 Bureau | May 04, 2020 IST

ପିପିଲି, ୦୪|୦୫ : ଭାରତଠୁ ନେଇ ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହି ସମୟରେ ଡାକ୍ତର, ନର୍ସ, ପୋଲିସ କର୍ମୀ ସମ୍ମୁଖ ଯୋଦ୍ଧା ଭାବେ ନଜ ଜୀବନକୁ ବାଜିରେ ଲଗାଇ କରୋନା ଭାଇରସର ମୁକାବିଲା କରୁଛନ୍ତି । ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ କର୍ତ୍ତବ୍ୟ ପାଇଁ ଦିନ ରାତି ଭୁଲିଯାଇ ଲୋକଙ୍କର ସେବା କରୁଛନ୍ତି । ଏପରିକି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସେହିପରି ରାଜ୍ୟର ଜଣେ ହୋମଗାର୍ଡ ନିଜ ଝିଅର ମୃତ୍ୟୁର ଗୋଟିଏ ଦିନ ପରେ ନିଜ ଡ୍ୟୁଟିରେ ଯୋଗ ଦେଇଛନ୍ତି । ଏହି ମହିଳା ହୋମଗାର୍ଡ ହେଉଛନ୍ତି ଗୌରୀ ବେହେରା । ସେ ପୁରୀ ଜିଲ୍ଲା ପିପିଲିରେ ଡ୍ୟୁଟିରେ ଥିଲେ । ଡ୍ୟୁଟି ସମୟରେ ତାଙ୍କର ୧୩ ବର୍ଷର ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତାଙ୍କୁ ଖବର ମିଳିଥିଲା । ତାଙ୍କ ଝିଅ ଦୀର୍ଘଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସେ ସିଧା ସାଇକେଲ ଧରି ଘରେ ପହଁଚିଥିଲେ । ସେ ଥିବା ସ୍ଥାନରୁ ଘରର ଦୂରତା ପ୍ରାୟ ୩ କିମି ଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଝିଅଟି ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ସେହି ସମୟରେ ସାରା ଦୁନିଆ ଉଜୁଡି ଗଲା ଭଲି ତାଙ୍କୁ ଲାଗିଥିଲା । ଏନେଇ ଗୌରୀ ନିଜେ କହିଛନ୍ତି ।

wp:core-embed/twitter {"url":"https://twitter.com/CMO_Odisha/status/1256530799752613888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256530799752613888\u0026ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Ftwo-days-after-daughters-death-mother-rejoins-covid-19-duty-news-from-odisha-40146%2F","type":"rich","providerNameSlug":"twitter","className":""}
https://twitter.com/CMO_Odisha/status/1256530799752613888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256530799752613888&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Ftwo-days-after-daughters-death-mother-rejoins-covid-19-duty-news-from-odisha-40146%2F
/wp:core-embed/twitter

ଏହାପରେ ସେ ନିଜ ଝିଅର ଅନ୍ତିମ ସଂସ୍କାର କରିଥିଲେ । ଗୌରୀ ଆହୁରି କହିଛନ୍ତି ଯେ, ତାଙ୍କ ଝିଅ ଗତ ୧ ବର୍, ହେଲା ଯକୃତ କ୍ୟାନସରରେ ପୀଡିତ ଥିଲେ । ତାଙ୍କ ଡ୍ୟୁଟି ଲକଡାଉନ୍ ଜୋନରେ ଥିଲା । ସେ ନିଜ ଝିଅ ମୃତ୍ୟୁର ଦୁଇ ଦିନ ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ।

ରୌଗୀଙ୍କ ଏହି କର୍ତ୍ତବ୍ୟପରାୟଣତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ପୁରୀ ଏସପି ଉମାଶଙ୍କର ଦାସ ମଧ୍ୟ ଏହି ଦୁଃଖଦ ସମୟରେ ସେ ଗୌରୀଙ୍କ ସହ ରହିଛନ୍ତି ଓ ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.