scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୋରି ରୋକିବା ବଦଳରେ ନିଜେ ସାଜିଲେ ଚୋର, ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମ୍‌ଗାର୍ଡ

15/11/2023 at 3:56 PM

ଭଦ୍ରକ ୧୫।୧୧: ବାଡ଼ ଖାଇଗଲା ଫସଲ । ଚୋରି ରୋକିବା ପାଇଁ ଥିବା ହୋମଗାର୍ଡ ନିଜେ ଗାଡି ଚୋର । ଚୋରି ପୁଣି ଆଉ କାହାରି ବାଇକ ନୁହେଁ ଖୋଦ ପୋଲିସ ବିଭାଗର ବାଇକ । ପୁଣି ଗାଡିର ଇଞ୍ଜିନ ନମ୍ବର ଟ୍ୟାମ୍ପରିଙ୍ଗ ସହ ରଙ୍ଗ ବଦଳାଇ ଚଲାଉଥିଲେ ନିଜେ ହୋମଗାର୍ଡ । ଏମିତି ହାସ୍ୟାସ୍ପଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ପୋଲିସର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ ହୋମଗାର୍ଡ ଚନ୍ଦନ ବାରିକ । ରିଜର୍ଭ ପୋଲିସକୁ ମିଳିଥିବା ଓଡି୦୫ଜେଡ୍୬୮୨୫ ନମ୍ବର ବିଶିଷ୍ଟ ବିଭାଗୀୟ ଆପାଚି ଗାଡି କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଆରଆଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ତଦନ୍ତ ବେଳେ ଏହି ବାଇକକୁ ଏକ ଗ୍ୟାରେଜରେ ରଙ୍ଗ କରାଯାଇଥିବା ଖବର ପାଇଥିଲା ପୋଲିସ । ଧୀରେ ଧୀରେ ତଦନ୍ତ ବେଳେ ଘଟଣା ସ୍ପଷ୍ଟ ହୋଇଥିଲା ।

ହୋମଗାର୍ଡ ଚନ୍ଦନ ବାରିକ ଏହି ବାଇକ୍‌କୁ ନେଇ ଏରେଇଁ, ଚୁନଟି ଗ୍ରାମର ଗ୍ୟାରେଜ ମିସ୍ତ୍ରୀ ସହାଦତ ଖାଁଙ୍କ ନିକଟରେ ଇଞ୍ଜିନ ନମ୍ବର ମେସିନ ସାହାଯ୍ୟରେ ଉଡାଇ ଦେଇଥିଲେ । ପରେ ବାଇକର ରଙ୍ଗ ବଦଳାଇ ନିଜେ ଚଲାଉଥିବା ନେଇ ପୋଲିସକୁ ତଥ୍ୟ ମିଳିଥିଲା । ଏହି ଘଟଣା ପରେ ଟାଉନ ପୋଲିସ ୬୦୧/୨୩ ନମ୍ବର କେସ୍‌ ରୁଜୁ କରି ୩୮୦, ୪୬୭, ୪୭୮, ୩୪ ଓ ମୋଟର ଯାନ ଆଇନର ଦଫା ୧୯୨ ଅନୁଯାୟୀ ହୋମଗାର୍ଡ ଚନ୍ଦନ ବାରିକ ଓ ଗ୍ୟାରେଜ ମିସ୍ତ୍ରୀ ସହାଦତ ଖାଁକୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read :

   Related Posts