Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପହଣ୍ଡି ପରେ ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ

9/07/2022 at 12:38 PM

ପୁରୀ ୯।୭: ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍କକ ଲୀଳାଖେଳା ଶେଷ ହୋଇଛି ।  ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡୁଛନ୍ତି ମହାପ୍ରଭୁ । ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇଛନ୍ତି ମହାପ୍ରଭୁ । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଥିଲା। ପରେ ବଳଭଦ୍ର, ଦେବୀ ସୁଭଦ୍ରା ରଥରେ ବିଜେ କରିଥିଲେ । ଶେ‌ଷରେ କାଳିଆ ଠାକୁର ପହଣ୍ଡି ହୋଇ ରଥରେ  ବିଜେ ହୋଇଛନ୍ତି । ପହଣ୍ଡି ବିଜେ ପାଇଁ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା। ସଅଳ ପହଣ୍ଡି ହେତୁ ରଥଟଣା ବି ନିର୍ଦ୍ଧାରିତ ସମୟ ପୂର୍ବରୁ ହେବାର ସମ୍ଭାବନା ରହିଛି ।

ଏହି ଅବସରରେ ଜନସମୁଦ୍ର ହୋଇଛି ଶରଧାବାଲି । ଭକ୍ତ ଓ ଭଗବାନ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର ।

ବାହୁଡା ନୀତି ନିର୍ଘଣ୍ଟ ଅନୁଯାୟୀ, ପହଣ୍ଡି ପରେ ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ଟାରେ ରଥ ଟଣା ହେବ ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।‌ ୭୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିଛନ୍ତି।

   Related Posts