Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ଦ୍ଵିତୀୟ ଥର ପ୍ରେଗନେଣ୍ଟ ହେଲେ ପପ୍‌ଷ୍ଟାର ରିହାନା, ୯ମାସ ପୂର୍ବରୁ ପୁତ୍ର ସନ୍ତାନକୁ ଦେଇଥିଲେ ଜନ୍ମ

13/02/2023 at 12:26 PM

Rihanna pregnant

ମୁମ୍ଵାଇ ୧୩।୦୨: ଆମେରିକାର ପପ୍‌ ଷ୍ଟାର ରିହାନା । ସେ ସବୁଠାରୁ ବଡ ସପୋର୍ଟିଙ୍ଗ ଇଭେଣ୍ଟରେ ନିଜର କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ। ତାଙ୍କ ପରଫର୍ମାନ୍ସ ଠାରୁ ଅଧିକ, ବର୍ତ୍ତମାନ ଲୋକମାନେ ତାଙ୍କ ଗର୍ଭଧାରଣ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିବର୍ଷ ଆୟୋଜିତ ହେଉଥିବା ଆମେରିକାର ସବୁଠୁ ବଡ ଫୁଟବଲ ଇଭେଣ୍ଟରେ ଦୁନିଆର ସବୁଠୁ ବଡ ସଂଗୀତଜ୍ଞମାନେ ସବୁବେଳେ ପରଫର୍ମାନ୍ସ କରି ଆସୁଛନ୍ତି।  

ଦୀର୍ଘ ସମୟର ବ୍ରେକ୍‌ ପରେ ରିହାନା ପୁଣି କମ୍‌ବ୍ୟାକ୍‌ କରିଥିଲେ। ରିହାନାଙ୍କ ପରଫର୍ମାନ୍ସ ସମୟରେ, ଲୋକମାନେ ଦେଖିଲେ ଯେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଥିଲେ। କେବଳ ଏତିକି ହିଁ ନୁହେଁ ସେ ତାଙ୍କ ପେଟକୁ ବାରମ୍ଵାର ହାତ ମାରୁଥିଲେ। ରିହାନା ତାଙ୍କ ପେଟକୁ ଛୁଇଁବା ମାତ୍ରେ ଲୋକମାନେ ଅନୁମାନ କରିଥିଲେ ଯେ ସେ ତାଙ୍କ ଶିଶୁର ଯତ୍ନ ନେଉଛନ୍ତି।

ଗାୟିକାଙ୍କର ଜଣେ ପ୍ରତିନିଧୀ ନିଜେ ଗଣମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ ରିହାନା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ନଅ ମାସ ପୂର୍ବରୁ ରିହାନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ରକି ସେହି ଶିଶୁର ପିତା । ଶିଶୁର ଜନ୍ମ ପରେ ଅଭିନୟ ବିଷୟରେ ରିହାନା କହିଥିଲେ ଯେ ସେ ଏବେ ମଧ୍ୟ ସ୍ଵାସ୍ଥ୍ୟକୁ ନେଇ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏତେ ଶୀଘ୍ର କାର୍ଯ୍ୟକ୍ରମ କରିବା ତାଙ୍କ ପାଇଁ ଏକ ପ୍ରକାରର ଚାଲେଞ୍ଜ।

୨୦୨୨ ମସିହାରେ ରିହାନା ଏବଂ ରକି ନିଜ ପୁଅର ଖୁସିଖବରକୁ ଦୁନିଆକୁ ସେୟାର କରିଥିଲେ । ମେ ମାସରେ ରିହାନା ପ୍ରଥମ ଥର ପାଇଁ ମାଆ ହୋଇଥିଲେ। ରକି ଏବଂ ରିହାନା ବହୁତ ପୁରୁଣା ବନ୍ଧୁ । ଉଭୟ ୨୦୨୦ରେ ଡେଟିଂ ଆରମ୍ଭ କରିଥିଲେ। ଯାହା ପରେ ରିହାନା କହିଥିଲେ ଯେ ୨୦୨୩ରେ ସେ ବିବାହ ଘୋଷଣା ମଧ୍ୟ କରିଥିଲେ କିନ୍ତୁ ଲାଗୁଛି ଯେ ଏହି ବିବାହ ପୁଣି ଥରେ ସ୍ଥଗିତ ହେବାକୁ ଯାଉଛି।

   Related Posts