ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପରଲୋକରେ ହଲିଉଡ୍‌ ସିଙ୍ଗର ଲୋରେଟା ଲିନ୍‌, ପରିବାର ପକ୍ଷରୁ ଦେଲେ ସୂଚନା

5/10/2022 at 2:55 PM

ମୁମ୍ଵାଇ୦୫।୧୦: ହଲିଉଡର ପ୍ରସିଦ୍ଧ ଗାୟକ ଲୋରେଟା ଲିନ୍‌ଙ୍କ ପରଲୋକ। ୯୦ ବର୍ଷ ବୟସରେ ସେ ହଠାତ୍ ଦୁନିଆକୁ ଅଲବିଦା କହିଥିଲେ। ସେ ଶୋଇଥିବା ବେଳେ ଲୋରେଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଏନେଇ ଲୋରେଟାଙ୍କ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ଏକ ସୂଚନା ଦେଇଛନ୍ତି। ଏହି ସୂଚନାରେ ସେ ଗୋପନୀୟତା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ତାଙ୍କ ପରିବାର ତାଙ୍କ ମୃତ୍ୟୁର ଦୁଃଖଦ ଖବର ପ୍ରଶଂସକଙ୍କ ସହ ସେୟାର କରି ଲେଖିଛନ୍ତି – ‘ଆମ ମା ଲୋରେଟା ଲିନ୍ ଆଜି ସକାଳେ (ଅକ୍ଟୋବର-୪) ଦେହାନ୍ତ କରିଛନ୍ତି। ସେ ଶୋଇଥିବା ସମୟରେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ଗୋପନୀୟତା ବଜାୟ ରଖିବା ଏବଂ ବ୍ୟାଘାତ ନକରିବା ପାଇଁ ଗାୟକଙ୍କ ପରିବାର ମଧ୍ୟ ଏହି ବିବୃତ୍ତିରେ ନିବେଦନ କରୁଛୁ ।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆମେରିକାର ଗାୟକ ଷ୍ଟେଲା ପାଟ୍ରନ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। କେବଳ ଏତିକି ହିଁ ନୁହେଁ ତାଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକ ଏବଂ ଆମେରିକୀୟ ସଙ୍ଗୀତ ପ୍ରେମୀଙ୍କ ହୃଦୟକୁ ଭାଙ୍ଗି ଦେଇଛି ।

   Related Posts