‘ସ୍ତ୍ରୀ’ର ହରର୍‌କୁ ପଛରେ ପକାଇଲା ହଲିଉଡ୍ ଫିଲ୍ମ ‘ଦି ନନ୍’ର ଭୂତ କାହାଣୀ

Published By : Prameya-News7 Bureau | September 11, 2018 IST

ମୁମ୍ବାଇ ୧୧|୯: ଗୋଟିଏ ପଟେ ବଲିଉଡ୍ ର ହରର ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସ୍ ରେ କମାଲ କରୁଥିବାବେଳେ ହଲିଉଡ୍ ଫିଲ୍ମ ‘ଦି ନନ୍’ ତାକୁ ପଛରେ ପକାଇଦେଇଛି । ରିଲିଜ୍ ହେବାର ତିନି ଦିନରେ ୨୮କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି ‘ଦି ନନ୍’ । ବଲିଉଡ୍ ଫିଲ୍ମ ‘ସ୍ତ୍ରୀ’ ଠାରୁ ଅଧିକ ଆୟ କରୁଛି ‘ଦି ନନ୍’ । ସେପ୍ଟେମ୍ବର ୭ତାରିଖରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦି ନନ୍’ ପ୍ରଥମ ଦିନରେ ହିଁ ୮କୋଟି ଟଙ୍କା ଆୟ କରିଥିଲା । ସେହିଭଳି ଦ୍ବିତୀୟ ଦିନରେ ୧୦.୨୦କୋଟି, ତୃତୀୟ ଦିନରେ ୧୦କୋଟି ଟଙ୍କା ଆୟ କରିଥିଲା । ଯାହା ଫଳରେ ୩ ଦିନରେ ‘ଦି ନନ୍’ର ଭାରତୀୟ ବକ୍ସ ଅଫିସ୍ ରେ ଆୟ ୨୮.୨୦କୋଟି ହୋଇଯାଇଛି । ଇଂଗ୍ରାଜୀ ବ୍ୟତୀତ ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଭାଷାରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ୧୬୦୦ସ୍କ୍ରିନ୍ ରେ ଦେଖାଯାଉଛି । କୋରିନ ହାର୍ଡି ନିର୍ଦ୍ଦେଶିତ ‘ଦି ନନ୍’ ହେଉଚି ‘ଦି କଞ୍ଜ୍ୟୁରିଙ୍ଗ-୨’ର ପରବର୍ତ୍ତୀ ଭାଗ । ଏହି ସିରିଜ୍ ର ଏହା ୫ମ ଫିଲ୍ମ । ଫିଲ୍ମର କାହାଣୀ ୧୯୫୨ମସିହାର ଏକ ଘଟଣା ଉପରେ ଆଧାରିତ । ଯେଉଁଥିରେ ଜଣେ ଧର୍ମଯାଜକ ଏକ ଭୟଙ୍କର ଗୁପ୍ତ ରହସ୍ୟ ଖୋଜୁଥିବାର ଦେଖାଯାଇଛି । ତାହା ହେଉଛି ଜଣେ ନନ୍ ଙ୍କ ଆତ୍ମହତ୍ୟାର ରହସ୍ୟ ଖୋଜିବା ପାଇଁ ତାଙ୍କୁ ପୋପ୍ ଙ୍କ ପ୍ରାସାଦକୁ ପଠାଯାଇଛି । ଭାରତରେ ‘ଦି କଞ୍ଜ୍ୟୁରିଙ୍ଗ-୨’ର ସଫଳତାକୁ ଦେଖି ‘ଦି ନନ୍’କୁ ଏଠାରେ ରିଲିଜ୍ କରାଯାଇଛି । ୨୦୧୬ରେ ଆସିଥିବା ଫିଲ୍ମ ‘ଦି କଞ୍ଜ୍ୟୁରିଙ୍ଗ-୨’ ଭାରତୀୟ ବକ୍ସ ଅଫିସ୍ ରେ ୬୨କୋଟି ଟଙ୍କାର ଆୟ କରିବା ସହ ସୁପରହିଟ୍ ହୋଇଥିଲା । ୨୦୧୩ ମସିହାରେ ‘ଦି କଞ୍ଜ୍ୟୁରିଙ୍ଗ ସିରିଜ୍’ ର ଆରମ୍ଭ ହୋଇଥିଲା । ଦ୍ବିତୀୟ ଭାଗ ୨୦୧୬ମସିହାରେ ରିଲିଜ୍ ହୋଇଥିଲା । ଏହି ସିରିଜ୍ ର ଫିଲ୍ମ ଗୁଡିକ ସହ ‘ଏନାବଲ ସିରିଜ୍’ର ମଧ୍ୟ ସଂପର୍କ ରହିଛି । ‘ଏନାବଲ’ ଏବଂ ‘ଏନାବଲ କ୍ରିଏସନ୍’ ୨୦୧୪ ଏବଂ ୨୦୧୭ ମସିହାରେ ଆସିଥିଲା । ‘କଞ୍ଜ୍ୟୁରିଙ୍ଗ’ ଓ ‘ଏନାବଲ ସିରିଜ୍’ର ଫିଲ୍ମ ଗୁଡିକର କାହାଣୀ , ଗୋଟିଏ ସହ ଅନ୍ୟଟିର ସଂପର୍କ ରହିଛି । ‘ଏନାବଲ କ୍ରିଏସନ୍’ ୪୪.୫୦କୋଟିର ଆୟ କରିଥିଲା ଏବଂ ଲାଭରେ ରହିଥିଲା । ଚଳିତ ବର୍ଷ ରିଲିଜ୍ ହୋଇଥିବା ପ୍ରାୟ ସବୁ ହଲିଉଡ୍ ଫିଲ୍ମ ବକ୍ସ ଅଫିସ୍ ରେ କମାଲ କରିଛି । ହଲିଉଡ୍ ଫିଲ୍ମର ପ୍ରଥମ ଦିନର ଆୟର ଟପ୍ ୧୦ ତାଲିକାରେ ପ୍ରଥମ ସ୍ଥାନରେ ଫିଲ୍ମ ‘ଆଭେଞ୍ଜର ଇନଫିନିଟି ଓ୍ବାର’ ନାଁ ରହିଛି । ଏବେ ଏହି ତାଲିକାରେ ‘ଦି ନନ୍’ର ଏଣ୍ଟ୍ରି ମଧ୍ୟ ହୋଇଯାଇଛି । ବଲିଉଡ୍ ଫିଲ୍ମ ‘ସ୍ତ୍ରୀ’ ଉପରେ ହଲିଉଡ୍ ଫିଲ୍ମ ‘ଦି ନନ୍’ ପ୍ରଭାବ ପକାଇବ । ଯେଉଁ ଫିଲ୍ମ ଦ୍ବିତୀୟ ସପ୍ତାହରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଦୁଇ ଦିନରେ ହିଁ ‘ଦି ନନ୍’ ‘ସ୍ତ୍ରୀ’କୁ ମାତ୍ ଦେଇଦେଇଥିଲା । ଯଦି ‘ସ୍ତ୍ରୀ’ ସହ ଏହାର ତୁଳନା କରିବା ତେବେ ଦ୍ବିତୀୟ ସପ୍ତାହ ଶେଷରେ ‘ସ୍ତ୍ରୀ’ ୨୧.୯୦ କୋଟି ଆୟ କରିଥିବାବେଳେ ‘ଦି ନନ୍’ ୨୮.୫୦ କୋଟି ଆୟ କରିସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.