‘ଲାଲ ସିଂ ଚଢା’କୁ ପ୍ରଶଂସା କଲା ହଲିଉଡ୍‌ ସିନେମା, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୪।୦୮: ଅମୀର ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’। ନିକଟରେ ରିଲିଜ୍‌ ହୋଇଛି। ଓସ୍କାର ବିଜେତା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏହି ଫିଲ୍ମରେ ଟମ୍ ହ୍ୟାଙ୍କ୍‌ସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଓସ୍କାର ଅମୀର ଖାନଙ୍କ ଫିଲ୍ମକୁ ସପୋର୍ଟ କରିଛି। ଓସ୍କାରର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି ‘ଲାଲ ସିଂହ ଚଡ୍ଡା’ କୁ ସମର୍ଥନ କରାଯାଇଛି। ଏହି ଭିଡିଓରେ ‘ଫରେଷ୍ଟ ଗମ୍ପ’ ଏବଂ’ ଲାଲ ସିଂହ ଚଡ୍ଡାର’ର କିଛି ଝଲକ ଦେଖିବାକୁ ମିଳୁଛି।

ଭିଡିଓ ସେୟାର କରି ଅମୀର ଖାନଙ୍କ ଫିଲ୍ମ ପାଇଁ ଓସ୍କାର ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ ଲେଖାଯାଇଛି।  ପୋଷ୍ଟରେ ଲେଖାଯାଇଛି, ‘ଫରେଷ୍ଟ ଗମ୍ପ ଲାଲ ସିଂହ ଚଡ୍ଡା, ରୋବର୍ଟ ଜେମେକିସ୍ ଏବଂ ଏରିକ ରୋଥଙ୍କ ଏକ ଏପରି ବ୍ୟକ୍ତିଙ୍କ କାହାଣୀ। ଯିଏକି ସରଳ ଦୟା ସହିତ ଜଗତକୁ ପରିବର୍ତ୍ତନ କରନ୍ତି। ଅମୀର ଖାନ, ଅଦ୍ୱେତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣିଙ୍କ ଲାଲ ସିଂହ ଚଡ୍ଡା ଆଡାପ୍ଟେସନ୍‌ରେ ଟମ୍ ହ୍ୟାଙ୍କ୍‌ସଙ୍କ ଟାଇଟଲ୍ ଭୂମିକାରେ ଅଭିନୟ କରୁଛନ୍ତି।

ସୋସିଆଲ ମିଡିଆରେ ‘ଲାଲ ସିଂହ ଚଡ୍ଡା’ ସହ ଜଡିତ ଏହି ଭିଡିଓ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ଆମୀର ଖାନଙ୍କ ଫ୍ୟାନ୍ସ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.