ହଟ୍ ଓ ସେକ୍ସି ଅଭିନେତ୍ରୀରୁ କିଭଳି ଥିଲା ଶ୍ରେଷ୍ଠ ଅଭିନେତ୍ରୀର ଯାତ୍ରା : କହିଲେ ସଲମା ହାୟେକ
29/04/2020 at 7:20 PM

ନୂଆଦିଲ୍ଳୀ ୨୯/୪: ମେକ୍ସିକୋରେ ସଲମା ବଡ଼ ଷ୍ଟାର ଥିଲେ,କିନ୍ତୁ ଟିଭିର। ୧୯୯୧ମସିହାରେ ସେଠାରେ ଫିଲ୍ମ ଇଣ୍ଡଷ୍ଟ୍ରି ନଥିଲା ଏବଂ ସଲମା ଫିଲ୍ମ କରିବାକୁ ଚାହୁଁଥିଲେ,ଏହି କାରଣରୁ ତାଙ୍କୁ ଆମେରିକା ଆସିବାକୁ ପଡ଼ିଥିଲା। ଆମେରିକା ପହଞ୍ଚିବା ପରେ ସେ ୨ବର୍ଷ ଯାଏଁ ଇଂରାଜୀ ଶିଖିଥିଲେ,କହିଥିଲେ ମଧ୍ୟ। କିନ୍ତୁ ତଥାପି ମେକ୍ସିକାନ୍ ଟଚ୍ ରହିଥିଲା। ଏହି କାରଣରୁ ତାଙ୍କୁ ଫିଲ୍ମ କମ୍ ମିଳୁଥିଲା। କିନ୍ତୁ ୧୯୯୫ମସିହାରେ ଏକ ବଡ଼ ବ୍ରେକ୍ ମିଳିଥିଲା। ଫିଲ୍ମ ‘ଡେସ୍ପେରାଡୋ’ରେ ଲିଡ ରୋଲ୍।

ଏଥିରେ ସଲମା ନିଜ ସହ-ଅଭିନେତା ଏଣ୍ଟୋନିଓ ବାନ୍ଦେରାସଙ୍କ ସହ ସେକ୍ସ ସିନ୍ ଦେଇଥିଲେ,ଯାହାର ଖୁବ୍ ଚର୍ଚ୍ଚା ହୋଇଥିଲା। ଏହା ପରେ ସଲମା ଜଣେ ସେକ୍ସି ଏବଂ ବାମ୍ବଶେଲ୍ ହୋଇ ଯାଇଥିଲେ। ୧୯୯୭ମସିହାରେ ତାଙ୍କର ଏକ ଫିଲ୍ମ ଆସିଥିଲା ‘ଫୁଲ୍ସ ଇନ୍ ରଶ୍’। ଏଥିରେ ସଲମା ଜଣେ ଗର୍ଭବତୀ ଯୁବତୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ବି ତାଙ୍କୁ ଲୋକେ ସେକ୍ସି କହିବାକୁ ଲାଗିଥିଲେ। ଲୋକେ ତାଙ୍କ ଅଭିନୟକୁ ନୁହେଁ ବରଂ ତାଙ୍କ ଶରୀରକୁ ଅଧିକ ଦେଖୁଥିଲେ।

ସଲମାଙ୍କ ଶାରିରୀକ ଗଠନ ଶ୍ବେତ ଆମେରିକୀୟଙ୍କ ପରି ନଥିଲା। ଏଥିପାଇଁ ସେ ଚର୍ଚ୍ଚାରେ ରହୁଥିଲେ।

ସଲମା ନିଜ ‘ସେକ୍ସି ମହିଳା’ ଇମେଜକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ସେ ଚାହୁଁଥିଲେ ଲୋକେ ତାଙ୍କ କାମକୁ ମନେ ରଖନ୍ତୁ। ଏହା ପରେ ୨୦୦୨ମସିହାରେ ତାଙ୍କ ‘ଫ୍ରିଡା’ ଫିଲ୍ମ ଆସିଥିଲା। ମେକ୍ସିକାନ୍ ଆର୍ଟିଷ୍ଟ ଫ୍ରିଡା କାହଲୋଙ୍କ ବାୟୋପିକରେ ସଲମା ଲିଡ ରୋଲରେ ଥିଲେ। ଫିଲ୍ମକୁ ଓସ୍କାର ଆଓ୍ବାର୍ଡ଼ରେ ୬ଟି ନୋମିନେସନ୍ ମିଳିଥିଲା। ସଲମାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଥିଲା। ଫିଲ୍ମ ସଫଳ ଥିଲା। ଏହା ପରେ ତାଙ୍କ ‘ସେକ୍ସି ମହିଳା’ ଇମେଜ ପରିବର୍ତ୍ତନ ତ ହୋଇନଥିଲା କିନ୍ତୁ ଏକ ଚମତ୍କାର ଅଭିନେତ୍ରୀ ହେବାର ସାର୍ଟିଫିକେଟ ମିଳିଥିଲା।

ସଲମା ମି ଠୁ ମୁଭମେଣ୍ଟକୁ ମଧ୍ୟ ସମର୍ଥନ କରିଥିଲେ। ହଲିଉଡର ବଡ଼ ପ୍ରଡ୍ୟୁସର ହାର୍ବି ବାଇନ୍ସଟାଇନଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଯୌନ ଶୋଷଣ ଅଭିଯୋଗ କରିଥିଲେ। ଏମାନଙ୍କ ମଧ୍ୟରେ ସଲମା ବି ସାମିଲ ଥିଲେ। ୨୦୧୭ମସିହାରେ ସେ କହିଥିଲେ ଯେ ‘ଫ୍ରିଡା’ ଫିଲ୍ମ ସୁଟିଂ ସମୟରେ ହାର୍ବି ତାଙ୍କୁ ହଇରାଣ କରିଥିଲେ। ସେ ତାଙ୍କ ସହିତ ଗାଧୋଇବାକୁ,ମାଲିସ କରିବାକୁ,ଗାଧୋଇବାବେଳେ ଦେଖିବାକୁ,ସେକ୍ସ କରିବାକୁ,ଫିଲ୍ମରେ ଜଣେ ମହିଳାଙ୍କ ସହ ନ୍ୟୁଡ ସିନ୍ ଦେବାକୁ ଚାପ ପକାଇଥିଲେ। ସଲମା ଏସବୁ କରିବାକୁ ମନା କରିବାରୁ ହାର୍ବି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହା ପରେ ହାର୍ବି ତାଙ୍କୁ କ୍ଷମା ମାଗିଥିଲେ।

ସେ ଏବେ ସୁପରହୀରୋ ହେବାର ପ୍ରସ୍ତୁତି ଚଳାଇଛନ୍ତି। ମାର୍ବଲ୍ ୟୁନିଭର୍ସ ଏବର୍ଷ ଏକ ଫିଲ୍ମ ଆଣୁଛି- ‘ଦି ଇଟନେଲ୍ସ’। ହଲିଉଡର ଅନେକ ବଡ଼ ବଡ଼ ଅଭିନେତ୍ରୀ ଏଥିରେ ଅଛନ୍ତି। ସଲମା ଏଥିରେ ଅଜାକ ଭୂମିକାରେ ଅଛନ୍ତି। ସେ କୁହନ୍ତି ଯେ ସେ ସବୁବେଳେ ଏକ ସୁପରହୀରୋ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ।
