ଗୁଳି କରି ଆତ୍ମହତ୍ୟା କଲେ ଷ୍ଟିଫେନ୍ ବସ୍, ହୋଟେଲ୍‌ ରୁମ୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | December 15, 2022 IST

ମୁମ୍ଵାଇ ୧୫।୧୨: ହଲିଉଡ ଜଗତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। 'ଦି ଏଲିନ୍ ଡି ଜନସ୍‌ ' ଏବଂ 'ସୋ ୟୁ ଥିଙ୍କ୍‌ ୟୁ କ୍ୟାନ୍‌ ଡ୍ୟାନ୍' ଭଳି ଲୋକପ୍ରିୟ ଶୋ’ରେ ଅଭିନୟ କରିଥିବା ଷ୍ଟିଫେନ୍ ବସ୍ ଆତ୍ମହତ୍ୟା କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସେ ୧୩ ଡିସେମ୍ବର ମଙ୍ଗଳବାର ଦିନ ମୃତ୍ୟୁ କରିଛନ୍ତି। ଷ୍ଟିଫେନ୍ ବସ୍ ଜଣେ ଚମତ୍କାର ନୃତ୍ୟଶିଳ୍ପୀ ଥିଲେ । ପ୍ରତ୍ୟେକ ପିଢିର ଲୋକମାନେ ତାଙ୍କର ପ୍ରଶଂସକ।

ସୂତ୍ରରୁ ପ୍ରକାଶ ଯେ ଲସ ଏଞ୍ଜେଲ୍ସର ହୋଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଇଛି। ଷ୍ଟିଫେନ୍‌ଙ୍କ ପତ୍ନୀ ସୂଚନା ଦେଇଛନ୍ତି ଏକ ଅଦ୍ଭୁତ କଥା ସେ କେବେବି କାର ବିନା ଘରୁ ବାହାରକୁ ଯାଆନ୍ତି ନାହିଁ। କିନ୍ତୁ ସେଦିନ ସେ ବିନା କାରରେ ଘରୁ ବାହାରକୁ ଯାଇଥିଲେ। ଷ୍ଟିଫେନଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କୁ କାହିଁକି ଆତ୍ମହତ୍ୟା କରିବାକୁ ପଡିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ବର୍ତ୍ତମାନ ତାଙ୍କ ପତ୍ନୀ ଏକ ବିବୃତ୍ତି ଦେଇଛନ୍ତି। କହିଛନ୍ତି ଯେ ଦୁଃଖ ସହି ମୋତେ କହିବାକୁ ପଡୁଛି କି ମୋ ସ୍ୱାମୀ ଷ୍ଟିଫେନ ଆମ ସମସ୍ତଙ୍କୁ ଅଲବିଦା ଦେଇଛନ୍ତି। ସେ ତାଙ୍କ ପରିବାର ଏବଂ ସମ୍ପ୍ରଦାୟକୁ ବହୁତ ଗୁରୁତ୍ୱ ଦେଉଥିଲେ। ପ୍ରେମ ତାଙ୍କ ପାଇଁ ସବୁକିଛି । ସେ ଜଣେ ଭଲ ସ୍ୱାମୀ, ଭଲ ପିତା ଏବଂ ପ୍ରଶଂସକଙ୍କ ପାଇଁ ଏକ ପ୍ରେରଣା ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.