oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ହଲିଉଡ୍‌ ଷ୍ଟାର ସିଡନୀ ପୋଟିୟରଙ୍କ ଦେହାନ୍ତ, ବାରାକ ଓବାମା-ଅନିଲ କପୁରଙ୍କ ସମେତ ବହୁ ସେଲିବ୍ରିଟି ଦେଲେ ଶ୍ରଦ୍ଧାଞ୍ଜଳୀ

8/01/2022 at 12:51 PM

ନୂଆଦିଲ୍ଳୀ ୦୮।୦୧ : ହଲିଉଡର ଭେଟେରାନ ଅଭିନେତା ସିଡନୀ ପୋଟିୟରଙ୍କ ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କର ବୟସ ପାଖାପାଖି ୯୪ ବର୍ଷ ହୋଇଥିବା ନେଇ ଜଣାପଡିଛି। ବାହାମିୟନର ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ପାଇଥିବା ସିଡନୀ ପ୍ରଥମ କଳା ଅଭିନେତା। ଉଭୟ ଆମେରିକା ଓ ବାହାମିଆନ ନାଗରିକ ହେବାର ପ୍ରମାଣପତ୍ର ହାସଲ କରିଥିବା ସିଡ୍‌ନୀ ପୋଟିୟରଙ୍କ ପରଲୋକରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବାହାମିଆନର ଉପ ପ୍ରଧାନମନ୍ତ୍ରୀ ଚେଷ୍ଟର କୋପର କହିଛନ୍ତି, “ସିଡ୍‌ନୀ ପୋଟିୟର ଜଣେ ଆଇକର, ହିରୋ, ମେଣ୍ଟୋର, ଯୋଦ୍ଧା ଓ ଜାତୀୟ ସମ୍ପତ୍ତି ଥିଲେ।”

ସିଡନୀ ପୋଟିୟର୍ ୧୯୬୭ରେ ଗୋଟିଏ ବର୍ଷରେ ତିନୋଟି ଫିଲ୍ମରେ ଅଭିନୟ କରି ନୂଆ ଇତହାସ ସୃଷ୍ଟି କରିଥିଲେ। ସେ ହିଟ୍‌ ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାର ବନି ଯାଇଥିଲେ। ଗେସ୍‌ ହୁସ୍‌ କମିଙ୍ଗ ଟୁ ଡିନର ଫିଲ୍କରେ ସେ ଜଣେ କୃଷ୍ଣକାୟ ବ୍ୟକ୍ତି ଭୋଗୁଥିବା ସମସ୍ୟା ଗୁଡ଼ିକ ନିଜର ଅଭିନୟ ଦ୍ବାରା ସାରା ବିଶ୍ବକୁ ଦେଖାଇଥିଲେ। ପିଲାଟି ବେଳକୁ ସିଡ୍‌ନୀ ପୋଟିୟର ଅଭିନୟର ପ୍ରେମରେ ପଡ଼ି ସିନେମା ଜଗତରେ ପ୍ରବେଶ କରିଥିଲେ।

ସେଲିବ୍ରିଟିଙ୍କ ସମେତ ପ୍ରଶଂସକମାନେ ସିଡନୀ ପୋଟିୟରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ବିଟ୍‌ କରି ସମାବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି- ‘ସିଡନୀ ପୋଟିୟର୍, ତାଙ୍କର ଶକ୍ତିଶାଳୀ ଭୂମିକାରେ ଏବଂ ସମ୍ମାନଜନକ ପ୍ରତିଭା ପାଇଁ ସମୃଦ୍ଧ । ସେ ଏକ ପିଢି ଯିଏ ଅଭିନେତାଙ୍କ ପାଇଁ ଦ୍ବାର ଖୋଲିଥିଲେ । ମିସେଲ ଏବଂ ମୁଁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ପ୍ରେମ ଜଣାଉଛି । ଆମେରିକୀୟ ଟିଭି ହୋଷ୍ଟ ଅପ୍ରା ୱିନଫ୍ରେ ସିଡନୀ ସହିତ ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏାହା ବ୍ୟତୀତ ଅଭିନେତା ଅନିଲ୍‌ କପୁର ମଧ୍ୟ ଏକ ଫଟୋ ସେୟା କରି ଦୁଃଖ ପ୍ରକାଶ କରିଛନ୍ତି ।

   Related Posts