vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଫାଲଗୁନ ପୂର୍ଣ୍ଣିମାର ରାତିରେ ହେବ ହୋଲିକା ଦହନ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ

7/03/2020 at 6:25 PM

ଭୁବନେଶ୍ଵର ୦୭।୦୩- ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ରାତ୍ରିରେ  ହିଁ ହୋଲିକା ଦହନ କରାଯାଏ। ହୋଲି ଉତ୍ସବ ଚଳିତ ବର୍ଷ ମାର୍ଚ୍ଚ ୧୦ ଅର୍ଥାତ ମଙ୍ଗଳବାର ପାଳନ କରାଯାଉଛି। ଏଥିପାଇଁ ଏହାର ପୂର୍ବ ରାତିରେ ହୋଲିକା ଦହନ କରାଯିବ, ଯେଉଁଥିରେ ନକରାତ୍ମକ ନଷ୍ଟ ହୋଇଯିବ ଏବଂ ସକରାତ୍ମକର ଆଲୋକ ଚତୁର୍ଦ୍ଦିଗରେ ପସରି ଯିବ। ଏହା ପଶ୍ଚାତ ମାଙ୍ଗଳିକ କାମ ମଧ୍ୟ ଆରମ୍ଭ ହୋଇଯିବ। ହୋଲିକୁ ନେଇ ପୌରାଣିକ କଥା ମଧ୍ୟ ରହିଛି।

ହୋଲିର ଆଠ ଦିନ ପୂର୍ବ ପର୍ଯ୍ୟନ୍ତ ଭକ୍ତ ପ୍ରହ୍ଲାଦଙ୍କୁ ଅନେକ ନିର୍ଯ୍ୟାତନା ଦିଆଯାଇଥିଲା, ଏହି କାରଣରୁ ଏହି ସମୟ  କାଳକୁ ହୋଲାଷ୍ଟକ କୁହାଯାଏ। ହୋଲାଷ୍ଟକରେ ନକରାତ୍ମକ ନିଜର ଚରମରେ ରହିଥାଏ, ଏଥିପାଇଁ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ।

ହୋଲିକା ଦହନର ମୁହୂର୍ତ୍ତ

ଚଳିତ ବର୍ଷ ହୋଲିକା ଦହନ ମାର୍ଚ୍ଚ ୯ ସୋମବାର ରାତ୍ରିରେ ହେବ କାରଣ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଦିନ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ପଡୁଛି। ମାର୍ଚ୍ଚ ୯ ସୋମବାର ଫାଲଗୁନ ପୂର୍ଣ୍ଣିମା ତିଥିର ଆରମ୍ଭ ସକାଳ ୩ଟା ୦୩ରେ ହେଉଛି, ଯାହାର ସମାପନ ସେହି ରାତି ୧୧ଟା ୧୭ଟାରେ ହେବ।

ଏହି ଦିନ ହୋଲିକା ଦହନ କରିବା ଲାଗି ମୋଟ୍ ୨ ଘଣ୍ଟା ୨୬ ମିନିଟର ମୁହୂର୍ତ୍ତ ରହିଛି। ଏହି ସମୟରେ ଲୋକଙ୍କୁ ନିଜର ଛକରେ ପ୍ରସ୍ତୁତ ହୋଲିକା ଦହନ କରିବା ଉତ୍ତମ ରହିବ। ହୋଲିକା ଦହନ ପାଇଁ ମାର୍ଚ୍ଚ ୯ ସୋମବାର ସନ୍ଧ୍ୟା ୬ଟା ୨୬ ରୁ ରାତି ୮ଟା ୫୨ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି। ଏହି ସମୟରେ ହୋଲିକା ଦହନ କରିବା ସବୁଠୁ ଭଲ ମୁହୂର୍ତ୍ତ।

ଧାର୍ମିକ ମାନ୍ୟତା ଅନୁସାରେ, ଯଦି ଶୁଭ ମୁହୂର୍ତ୍ତରେ ହୋଲିକା ଦହନ କରାନଯାଏ ତେବେ ଏଥିରେ ଦୁର୍ଭାଗ୍ୟ ଓ ଦୁଃଖର ବୃଦ୍ଧି ଘଟିଥାଏ। ହୋଲିକା ଦହନ ସର୍ବଦା ପ୍ରଦୋଷ ସମୟରେ ଉଦୟ ଜ୍ଞାପିନୀ ପୂର୍ଣ୍ଣିମା ସହିତ କରାଯାଏ।

ଫାଲଗୁନ ପୂର୍ଣ୍ଣିମାରେ କଣ ପାଇଁ କରାଯାଏ ହୋଲିକା ଦହନ

ଫାଲଗୁନ ପୂର୍ଣ୍ଣିମା ତିଥିରେ ହିରଣକଶ୍ୟପର ଭଉଣୀ ହୋଲିକା ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହ୍ଲାଦକୁ ନିଆଁରେ ଜାଳି ମାରିବାକୁ ପ୍ରୟାସ କରିଥିଲା, ମାତ୍ର ସେ ସଫଳ ହୋଇନଥିଲା। ଭଗବାନ ବିଷ୍ଣୁଙ୍କ କୃପା ପ୍ରହ୍ଲାଦ ବଞ୍ଚି ଯାଇଥିଲା ଓ ହୋଲିକା ସେହି ନିଆଁରେ ଜଳି ପାଉଁଶ ହୋଇ ଯାଇଥିଲା।

   Related Posts