ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

24/12/2019 at 12:03 PM

ଭୁବନେଶ୍ୱର ୨୪।୧୨ – ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି ।

ଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହୋଇଥାଏ ।

ଓଡିଶାରେ ଏହା ଦୃଶ୍ୟମାନ ହେଉଥିବାରୁ ଏହା ପାଳନୀୟ । ପୌଷ ଅମାବାସ୍ୟା ତିଥି ଇଂରାଜୀ ତାରିଖ ୨୬।୧୨।୨୦୧୯ ତାରିଖ ଗୁରୁବାର ସୂର୍ଯ୍ୟପରାଗ ହେବ । ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ।

୨୫ ତାରିଖ ବୁଧବାର ରାତି ୮ଟା ୧୯ ମିନିଟ୍‌ରେ ହାଣ୍ଡିଛାଡ । ପାକ କର୍ମ ଓ ଅନ୍ନ ଭୋଜନ ସହ ଦେବନୀତି ଏହି ସମୟ ପୂର୍ବରୁ ସାରିବାକୁ ହେବ । ଖଡିରତ୍ନ ପଞ୍ଜିକାର ସୂଚନା ଅନୁସାରେ ବୁଧବାର ରାତି ୮ଟା ୧୯ ମିନିଟ୍‌ ପରେ ହାଣ୍ଡି ଛାଡ ଓ ଦେବନୀତି କରିବା ଅନୁଚିତ୍‌ । ପରଦିନ ଅର୍ଥାତ ୨୬।୧୨।୨୦୧ ଗୁରୁବାର ଦିନ ୧୧ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ହାଣ୍ଡିଛାଡ ।

ପୁରୀରେ ୨୬।୧୨।୨୦୧ ଗୁରୁବାର ସକାଳ ୮ଟା୧୯ ମିନିଟ୍‌୨୦ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଗୁରୁବାର ଦିନ ୧୧ଟା ୨୯ ରେ ଗ୍ରହଣ ସମାପ୍ତ । ଏହାପରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ଦେବନୀତି କରଣୀୟ ।

ତେବେ ବାଳକ ବୃଦ୍ଧ ଓ ରୋଗୀ ଏହି ସମୟରେ ଖାଦ୍ୟ ଗ୍ରହଣ କରିପାରିବେ ।

   Related Posts