ସରକାରୀ କର୍ମଚାରୀଙ୍କ ୭ଦିନ ଛୁଟି ବାତିଲ, ବନ୍ୟା ପରିସ୍ଥିତିକୁ ଦେଖି ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 16, 2022 IST

ଭୁବନେଶ୍ୱର ୧୬।୦୮ : ବନ୍ୟା ସ୍ଥିତି ନେଇ ସରକାର ସଜାଗ । ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ । ଆଗାମୀ ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି । ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟରେ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀରେ ମଧ୍ୟ ଲଗାତର ଭାବେ ଜଳସ୍ତର ବଢିବାରେ ଲାଗିଛି । ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ରଖି ଆଗୁଆ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତୁରନ୍ତ ସମସ୍ତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଉଦ୍ଧାରକାରୀ ଦଳକୁ ମଧ୍ୟ ପଠାଯାଇଛି । ଆଉ ଏବେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରିଛନ୍ତି ସରକାର । ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଏହି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.