ପୂର୍ବ ଶତ୍ରୁତାର କରୁଣ ପରିଣତି, ହୋଲିରେ ଗଡିଲା ମୁଣ୍ଡ
8/03/2023 at 11:24 AM

ଆଠଗଡ ୦୮/୦୩: ଆଠଗଡ଼ ତିଗିରିଆ ଥାନା ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ ଗୋଟିଏ ପରିବାରର ତିନି ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ ।
ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି । ତାଙ୍କ ମଧ୍ୟରୁ ଜଣକୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ତିଗିରିଆ ପୋଲିସର ତଦନ୍ତ ଜାରୀ ରଖିବା ସହ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
Related Posts
ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
22 March 2023