ରକ୍ତରେ ହୋଲି ଖେଳିଲା ସଇତାନ; ଦୁଇ ଯୁବକ ଗୁରୁତର
8/03/2023 at 5:46 PM

ବାଙ୍କୀ ୦୮/୦୩: ହୋଲି ଖେଳ ବେଳେ ଗଳା କାଟିଲା ଅଭିଯୁକ୍ତ। ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇ କଳାପଥର ଓ ପରେ ଖୋର୍ଦ୍ଧା ମେଡ଼ିକାଲ୍କୁ ସ୍ଥାନାନ୍ତର ହୋଇଛନ୍ତି। ଏପରି ଅପରାଧିକ କାଣ୍ଡ କଟକ ଜିଲ୍ଲାର ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଅଞ୍ଚଳରେ ଘଟିଛି।। ଲେମ୍ୱେରି ଗାଁର ଶିବ ନାୟକ ଓ ବିଷ୍ଣୁଚରଣ ବିଶ୍ୱାଳଙ୍କୁ ପାଖ ପାଟଣା ଗାଁର ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା। ଅଭିଯୁକ୍ତ ଜଣଙ୍କ ଏପରି କାହିଁକି କରିଛି ତାର କାରଣ ଅସ୍ପଷ୍ଟ ରହିଛି। ଏନେଇ ସ୍ଥାନୀୟ ପୋଲିସ ତନାଘନା ଆରମ୍ଭ କରିଛି।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023