ଠାକୁର ପରିକ୍ରମା ବେଳେ ଅଣ୍ଡାମାଡ଼ କଲେ ଯୁବକ; ଗାଁରେ ଉତ୍ତେଜନା
8/03/2023 at 5:07 PM

ମୋହନା ୦୮/୦୩: ଠାକୁର ପରିକ୍ରମା ବେଳେ ଅଣ୍ଡାମାଡକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। କିଛି ଅସାମଜିକ ଯୁବକ ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବଡପଦା ଗାଁରେ ଏପରି ଅଘଟଣ ଦେଖିବାକୁ ମିଳିଛି।

ଖବର ଅନୁଲସାରେ, ବୁଧବାର ହୋଲି ପାଇଁ ବଡପଦା ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କୁ ଗାଁ ଲୋକମାନେ ବିମାନରେ ପରିକ୍ରମା କରାଉଥିଲେ। ଏହି ସମୟରେ ମୁଖ୍ୟ ବଜାର ରାସ୍ତାରେ ବାଜା ବାଜଣା ସହ ଠାକୁର ପରିକ୍ରମା ଚାଲିଥିବା ବେଳେ କିଛି ଯୁବକ ଠାକୁରଙ୍କ ଆଡ଼କୁ ଅଣ୍ଡାମାଡ କରିଥିଲେ। ଏହାପରେ ଗାଁଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଫଳରେ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିବା ବେଳେ ଗୋଟିଏ ବାଇକ ଭାଙ୍ଗିଯାଇଛି। ଏହି ଖବର ପାଇ ସେରଙ୍ଗ ଥାନା ଓ ଖଜୁରିପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସେଠାରେ ଏବେ ପୋଲିସ ମୁତୟନ ହୋଇଥିବା ବେଳେସେଠାରେ ପରିସ୍ଥିତି ଜଟିଳ ଥିବା ଜଣାପଡ଼ିଛି।