ରାଜଧାନୀରେ ବଢିବ ଘରର ହୋଲ୍ଡିଂ ଟ୍ୟାକ୍ସ, ମହଙ୍ଗା ହେବ ଜମି !

Published By : Prameya-News7 Bureau | October 10, 2019 IST

ଭୁବନେଶ୍ୱର - ରାଜଧାନୀରେ   ସ୍ବପ୍ନର ଘର  କରିବାକୁ  ଚାହୁଥିବା ମଧ୍ୟବିତ୍ତଙ୍କୁ     ଘର କରିବା  ଓ ଘର ମାଲିକଙ୍କୁ  ମହଙ୍ଗା  ସାବ୍ୟସ୍ତ ହେବ। ​ ପ୍ରାୟ ୨୦ ବର୍ଷ ପରେ ରାଜଧାନୀର ବିଭିନ୍ନ୍ ଅଞ୍ଚଳର  ଜମିର ବେଞ୍ଚ ମାର୍କ ପୁନଃ ନିର୍ଦ୍ଧାରଣ  କରିବାକୁ    ଭୁବନେଶ୍ବର  ମହା ନଗର  ନିଗମକୁ ଚିଠି କରିଛି   ସାଧାରଣ ପ୍ରଶାସନ ବିଭାଗ । ଏହା ଲାଗୁହେଲେ ପ୍ରାୟ  ୧୫ ଗୁଣା ଅଧିକ ହୋଲଡିଙ୍ଗ ଟାକ୍ସ ଭରିବେ  ଘର ମାଲିକ ।

ବେଞ୍ଚ ମାର୍କ ହିସାବରେ  ଟିକସ ଆଦାୟ କରିବ ବିଏମସି । ଏଣିକି ରାଜଧାନୀର ଘର ତୋଳିବାକୁ  ଚାହୁଁଥିବା ମଧ୍ୟବିତ୍ତଙ୍କ ଉପରେ ପଡିପାରେ   ଆର୍ଥିକ ବୋଝ । କାରଣ  ବେଞ୍ଚ ମାର୍କ ଆଧାରରେ ହୋଲଡିଙ୍ଗ ଟିକସ  ହିସାବ କରିବ ବିଏମସି । ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ଜାଗାର  ବର୍ତ୍ତମାନ ବେଞ୍ଚ ମାର୍କନେଇ  ଟିକସ ଆଦାୟ କରାଯିବ । ଏ ନେଇ    ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ   ବିଏମସିକୁ ଚିଠି ହୋଇଛି ।   ପୁରୁଣା  ହିସାବ ଅନୁସାରେ  ଜଣେ ହୋଲଡିଙ୍ଗ ଟିକସ  ଦାତା ଦୁଇ ହଜାର ଟିକସ ପଇଠ କରୁଥାନ୍ତି ତାହେ​‌ଲେ     ତାହେଲେ ନୂତନ ନିୟମ ଅନୁଯାୟୀ ତାଙ୍କୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ହୋଲଡିଙ୍ଗ ଟିକସ ଦେବାକୁ ପଡିପାରେ ବୋଲି ଆକଳନ କରାଯାଇଛି ।  କିଛି ବର୍ଷ ହେଲା ବିଏମସି ହୋଲଡିଙ୍ଗ ଲକ୍ଷଧାର୍ଯ୍ୟ ଠାରୁ କମ ଟ୍ୟାକ୍ସ  ଆଦାୟ ହେଉଛି । 

ବାର୍ଷିକ  ୬୦ କୋଟି   ହୋଲଡିଙ୍ଗ ଟାକ୍ସ ଆଦାୟ କରିବାକୁ ଟାର୍ଗେଟ ଦିଆଯାଇଥବାବେ​‌ଳେ ବିଏମସି ୪୦ କୋଟି ଟଙ୍କା ଆାଦାୟ କରୁଥିବା କହିଛନ୍ତି  ବିଏମସିର ଡେପୁଟି କମିଶନର। ସେପଟେ  ଏହା ଦ୍ବାରା ବିଏମସିର ରାଜସ୍ବ  ବୃଦ୍ଧି ଦିଗରେ ସହାୟକ ହେବ, କିନ୍ତୁ  ଜମି କିଣିବା ଓ ଘର କରିବାକୁ ଚାହୁଥିବା  ଲୋକଙ୍କ ଉପରେ  ଅତିରିକ୍ତି ଆର୍ଥିକ ବୋଝ ପଡିବ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ।

୨୦୨୦ -୨୦୨୧ରୁ   ଏହି ନୁଆ ନିୟମ ଲାଗୁ କରିବାକୁ ଯୋଜନା  ହୋଇଛି। ହୋଲଡିଙ୍ଗ ଟିକସ  ଆଦାୟ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ୧୯୯୮ ମସିହା ମେ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ବିଏମସି ୧୯୯୮   ଜାଗା ମୂଲ୍ୟ ନିଦ୍ରାରେ  ତାଲିକା ଅନୁସାରେ ହୋଲଡିଙ୍ଗ ଟିକସ ଆଦାୟ କରୁଛି । ଭୁବନେଶ୍ବରର ମାର୍କେଟରେ  ଜମିର   ମୁଲ୍ୟ  ବଢି ଚାଲିଛି ।  ରାଜଧାନୀର ବିଭିନ୍ନ ଭିଆଇପି ଅଞ୍ଚଳରେ  ଜମି  ଏକର ପିଛା ୧୬ରୁ ୨୨ କୋଟିରେ ପହଂଚିଲାଣି।  ବଶେଷ କରି ନୟାପଲ୍ଲୀ, ସହିଦ ନଗର,   ପଟିଆ ଭଳି  ଅଞ୍ଚଳରେ ଜମିର ଚାହିଦା ଅଧିକ ରହିଛି ।  ମାର୍କେଟ କଂପ୍ଲେକ୍ସ,  ଶିକ୍ଷାନୁଷ୍ଠାନ ନିକଟ,  ସପିଙ୍ଗ ମଲ ସହ ରାସ୍ତା କଡ ଜମିକୁ  କ୍ରେତାମାନେ ବେସରକାରୀ ଭାବେ ବେଞ୍ଚ ମାର୍କ   ମୁଲ୍ୟ ଠାରୁ ଢେର  ଅଧିକ ମୁଲ୍ୟରେ  ଜିମ  କିଣୁଛନ୍ତି।  ଫଳରେ ରାଜଧାନୀରେ  ବର୍ଦ୍ଧିତ ଜନ ସଂଖ୍ୟା ଅନୁସାରେ ଜମିର ଦର ବଢି ଚାଲିଛି ।  ତେବେ ଆଗାମୀ ଦିନରେ    ବିଭିନ୍ନତ ଅଞ୍ଚଳର  ସ୍ବରେଜ , ​‌​‌ଡ୍ରେନେ ଜଳ ପରିମଳ ଦିଗରେ   ବିଏମସି ଅଧିକ  ଯତ୍ନବାନ ହେବାକୁ ଦାବି କରିଛନ୍ତି ରାଜଧାନୀବାସୀ।

ସାଧାରଣ ପଶାସନ ବିଭାଗ ପକ୍ଷରୁ   ରାଜଧାନୀର ବିଭିନ୍ନ ଅଞ୍ଚଳର   ଜାଗାର ବେଞ୍ଚ ମାର୍କ ତାଲିକ ।  ନୂତନ  ତାଲିକା ଅନୁସାରେ ଟିକସ ଆଦାୟ କରାଗଲେ ବିଏମସିର ରାଜସ୍ବ ଆଦାୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ  ସତ। ହେଲେ  ରାଜଧାନୀର ସ୍ବଳ୍ପ ମୁଲ୍ୟରେ  ଘର କରିବାକୁ ଚାହୁଁଥିବା ମଧ୍ୟବିତ୍ତ ଓ ଘର ମାଲିକଙ୍କ ଉପରେ ଅତିରିକ୍ତ ବୋଝ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.