ହକି ବିଶ୍ୱକପ୍: ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ କାଲିଠାରୁ ଅଫଲାଇନ୍ ଟିକେଟ୍
18/12/2022 at 5:38 PM

ଭୁବନେଶ୍ୱର, ୧୮/୧୨: ଆରମ୍ଭ ହେବାକୁ ଯାଉକି ହକି ବିଶ୍ୱକପ୍ । ଏଥି ପାଇଁ କାଲି ଠାରୁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହେବ । ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଅଫଲାଇନ୍ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି । କଳିଙ୍ଗ ଷ୍ଟାଡିୟମର ୮ନଂ ଗେଟ୍ ଓ ବିର୍ସାମୁଣ୍ଡା ଷ୍ଟାଡିୟମ୍ର ୨ ନଂ ଗେଟ୍ ଓ ୬ ନଂ ଗେଟ୍ରେ ଟିକେଟ ମିଳିବ । ଦିନ ୧୧ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏଠାରେ ଟିକେଟ ମିଳିବ । ମୋଟ୍ ୨୦ ହଜାର ଟିକେଟ ବିକ୍ରି କରାଯିବା ନେଇ ସୂଚନା ମିଳିଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023