ରାଉରକେଲାକୁ ଆରମ୍ଭ ହେବ ବିମାନ ସେବା, ସ୍ବତନ୍ତ୍ର ବିମାନରେ ଯିବେ ନ୍ୟୁଜିଲାଣ୍ଡ ଏବଂ ମାଲେସିଆ ଖେଳାଳି

Published By : Prameya-News7 Bureau | January 07, 2023 IST

ଭୁବନେଶ୍ୱର/ରାଉରକେଲା : ସାରା ଓଡ଼ିଶାରେ ଏବେ ହକି ଫିଭର୍। ହକି ବିଶ୍ବକପ ପାଇଁ ଆସିଲେଣି ବିଦେଶୀ ଟିମ୍। ହକି ବିଶ୍ବକପ୍ ପାଇଁ ୨ଟି ଭେନ୍ୟୁ । ଏଥର ଉଭୟ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ବିଦେଶୀ ଖେଳାଳିଙ୍କ ଆଗମନ ହିକି ଫିଭରକୁ ଆଉ ଟିକେ ବଢ଼ାଇ ଦେଇଛି । ପ୍ଲେୟାରଙ୍କ ପାଇଁ ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ସ୍ବତନ୍ତ୍ର ଚାଟର ଫ୍ଲାଇଟ୍ ।

ଶନିବାରଠୁ ୨୯ ତାରିଖ ମଧ୍ୟରେ ୩୦ ଥର ଉଡିବ ଏହି ସ୍ବତନ୍ତ୍ର ବିମାନ। ୪ଟି ଗ୍ରୁପରେ ମ୍ୟାଚ୍ ହେବାକୁ ଥିବା ବେଳେ ଦୁଇଟି ଗ୍ରୁପ ଭୁବନେଶ୍ବରରେ ଏବଂ ଅନ୍ୟ ଦୁଇଟି ଗ୍ରୁପ ରାଉରକେଲାରେ ଖେଳିବେ। ପ୍ଲେୟାରଙ୍କ ଯା ଆସ ପାଇଁ ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ସ୍ବତନ୍ତ୍ର ବିମାନ।

ଶନିବାର ଦିନ ୧୧ଟା ନ୍ୟୁଜିଲାଣ୍ଡ ଏବଂ ୨ଟାରେ ମାଲେସିଆ ଟିମକୁ ନେଇ ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ । ଖେଳାଳିଙ୍କ ଲଗେଜ୍ ନେବା ପାଇଁ ଆଉ ଏକ ବିମାନର ବ୍ୟବସ୍ଥା ହୋଇଛି । ବେଲଜିୟମ, ମାଲେସିଆ, ସାଉଥ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଆର୍ଜେଣ୍ଟିନା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ଏହାପୂର୍ବରୁ ନେଦରଲାଣ୍ଡସ୍ ଓ ଚିଲି ଦଳ ଓଡ଼ିଶାରେ ପହଞ୍ଚି ସାରିଥିଲେ ।

ସେପଟେ ଆଜି ଉଡାନ୍ ଯୋଜନାରେ ରାଉରକେଲାକୁ ବିମାନ ସେବା ଆରମ୍ଭ ହେବ। କେନ୍ଦ୍ର ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ୭୨ ସିଟ୍ ବିଶିଷ୍ଟ ଏହି ବିମାନ ଭୁବନେଶ୍ବରରୁ ୨ ଟା ୫୫ ମିନିଟରେ ଟେକଅଫ କରିବ । ଏବଂ ରାଉରକେଲାରୁ ସନ୍ଧ୍ୟା ୪ଟା ୫୫ରେ ଛାଡିବା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.