ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି, ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଓ କ୍ରୀଡ଼ା ମନ୍ତ୍ରୀଙ୍କ ସ୍ଵାଗତ
25/12/2022 at 1:21 PM

ଭୁବନେଶ୍ୱର ୨୫।୧୨ : ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି। ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଟ୍ରଫି ଓଡ଼ିଶା ଫେରିଛି। ଭୁବନେଶ୍ଵର ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଓ କ୍ରୀଡ଼ା ମନ୍ତ୍ରୀ ସ୍ଵାଗତ କରିଛନ୍ତି। ଭୁବନେଶ୍ଵର ମହାନଗର ନିଗମକୁ ବିଶ୍ଵକପ୍ ଟ୍ରଫି ହସ୍ତାନ୍ତର କରାଯାଇଛି। ଏହି ଅବସରରେ ସମ୍ବଲପୁରୀ ବାଦ୍ୟ ନୃତ୍ୟ ପରିବେଷଣ କରାଯାଇଛି। ଏହି ଟ୍ରଫି ଲିଙ୍ଗରାଜ ମନ୍ଦିର, ଏକ୍ସପ୍ଲାନେଡ୍ ମଲ୍, ସୋଆ ୟୁନିଭରସିଟି, କିଟ୍ ୟୁନିଭରସିଟି ପରିକ୍ରମା କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ବିଶ୍ୱକପ୍ ଟ୍ରଫି ପରିକ୍ରମା ଆରମ୍ଭ କରିଥିଲେ । କୋଲକାତା, ଇମ୍ଫାଲ, ଗୌହାଟୀ, ଜାମସେଦପୁର, ରାଞ୍ଚି, ଲକ୍ଷ୍ନୌ, ପଞ୍ଜାବ/ୟୁପି, ଅମ୍ରିତସର, ସୋନିପତ, ଦିଲ୍ଲୀ, ଭୋପାଳ, ମୁମ୍ବାଇ, ଚେନ୍ନାଇ, ଥିରୁଅନନ୍ତପୁରମ ଏବଂ ବେଙ୍ଗାଲୁରୁ ଭ୍ରମଣ ପରେ ଟ୍ରଫି ଭୁବନେଶ୍ୱରରେ ପହଞ୍ଚିଛି । ହକି ବିଶ୍ୱକପ୍ ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ । ଯାହା ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।