ନୟାଗଡରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି, ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ
26/12/2022 at 8:14 AM

Image Courtesy : file
ନୟାଗଡ଼ ୨୬।୧୨ : ନୟାଗଡରେ ପହଞ୍ଚିଲା ହକି ବିଶ୍ବକପ୍ ଟ୍ରଫି । ସାରାଦେଶରେ ଟ୍ରଫି ବୁଲିବା ପରେ ରବିବାର ଭୁବନେଶ୍ବରରେ ପହଞ୍ଚିଥିଲା ଟ୍ରଫି । ଟ୍ରଫିକୁ ଭୁବନେଶ୍ବରରେ ଟ୍ରଫିକୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଆଉ ଏବେ ନୟାଗଡରେ ଟ୍ରଫିକୁ ସ୍ବାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନୟାଗଡ ମହାବିଦ୍ୟାଳୟ ଠାରୁ ଛାତ୍ରମାନଙ୍କର ଏକ ମାରାଥନ୍ ବାହାରି ପୁରୁଣାସହରର ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯିବ । ପରେ ଜଗନ୍ନାଥ ମନ୍ଦିର ଠାରେ ଟ୍ରଫିକୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବର ପରେ ଟ୍ରଫିକୁ ସ୍ବାଗତ କରିବା ପାଇଁ ନୟାଗଡ ଜିଲ୍ଲାକୁ ପ୍ରଥମ ସୁଯୋଗ ମିଳିଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023