କୋରାପୁଟରେ ହକି ବିଶ୍ୱ କପ୍ ଟ୍ରଫିକୁ ଜୋରଦାର୍ ସ୍ୱାଗତ
31/12/2022 at 8:01 AM

କୋରାପୁଟ ୩୧।୧୨ : କୋରାପୁଟରେ ହକି ବିଶ୍ବ କପ ଟ୍ରଫିକୁ ଭବ୍ୟ ସ୍ବାଗତ । ବାଜା ବାଜେଣା ସହ ଢେମଷା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହର ପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିର ଛକ ନିକଟ ସଭାସ୍ଥଳିକୁ ଅଣା ଯାଇଥିଲା।
ସେହିପରି କୋରାପୁଟ ପୋଲିସ ବ୍ୟାଣ୍ଡ ସହ ଆଦିବାସୀ ଢେମଷା ନାଚ ଥିଲା ବେଶ ଆକର୍ଷଣୀୟ । କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋରାପୁଟ, ପଟାଙ୍ଗି, କୋଟପାଡ଼ ବିଧାୟକ କୋରାପୁଟ ପୈାର ପରିଷଦ ଓ ଜିଲ୍ଲା କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ସଭାରେ ହକି ବିଶ୍ଵକପ ଟ୍ରଫି ପ୍ରଦର୍ଶନ କରିବା ସହ କ୍ରୀଡାବିତ୍ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତୀଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।