scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାଜପୁର ଜିଲ୍ଲାରେ ହକି ବିଶ୍ୱକପ୍‌ ଟ୍ରଫିକୁ ଜୋରଦାର ସ୍ୱାଗତ

10/01/2023 at 12:02 PM

ଚଣ୍ଡିଖୋଲ ୧୦।୦୧ : ଓଡିଶାରେ ମାତ୍ର ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌ । ତେବେ ହକି ବିଶ୍ୱକପ୍‌ ଟ୍ରଫି ଏବେ ରାଜ୍ୟର କୋଣ ଅନୁକୋଣ ପରିଭ୍ରମଣ କରୁଛି । ଏହିକ୍ରମରେ ଯାଜପୁର ଜିଲ୍ଲାରେ ହକି ବିଶ୍ୱକପ୍‌ ଟ୍ରଫି ପହଞ୍ଚିଛି ।   

ଖବର ଅନୁଯାୟୀ, ଧର୍ମଶାଳା ବ୍ଲକ ଜାରକା ଠାରେ ହକି ବିଶ୍ୱକପ୍‌ ଟ୍ରଫି ପହଞ୍ଚିବା ପରେ ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଦୌଡ ରାଣୀ ଦୂତିଚାନ୍ଦ, ବ୍ଲକ ପ୍ରଶାସନ, ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଶଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିପରି ଜାରକାରୁ ଟ୍ରଫି ଯାଇ ଚଣ୍ଡିଖୋଲ ଛକରେ ପହଞ୍ଚିଥିଲା । ଚଣ୍ଡିଖୋଲ ଛକରେ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, କଲେଜ ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଟ୍ରଫିକୁ ଚଣ୍ଡିଖୋଲରୁ କେନ୍ଦ୍ରପଡ଼ା ଜିଲ୍ଲାରେ ପହଞ୍ଚିବ ।

   Related Posts