ଫୁଲବାଣୀ ପହଞ୍ଚିଲା ହକି ବିଶ୍ବ କପ୍ ଟ୍ରଫି, ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

Published By : Prameya-News7 Bureau | December 28, 2022 IST

ଫୁଲବାଣୀ, ୨୮/୧୨: ଫୁଲବାଣୀରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ କରାଯାଇଛି। ମଙ୍ଗଳବାର ହକି ବିଶ୍ଵ କପ୍ ଟ୍ରଫି ଖଜୁରୀପଡ଼ା ଠାରେ ପହଞ୍ଚିଥିଲା। ଏଠାରେ ବ୍ଲକ ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ସ୍ଵାଗତ କରାଯାଇଥିଲା।

ଏହାପରେ ରାତି ୧୧ ଟା ସମୟରେ ଫୁଲବାଣୀରେ ପହଂଚିବା ପରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କିଟ ହାଉସ୍‌ ଠାରେ ରଖାଯାଇଥିଲା । ବୁଧବାର ସକାଳ ୭ ଟା ସମୟରେ ଫୁଲବାଣୀ କରୋନେସନ ପଡ଼ିଆରେ ପହଞ୍ଚିବା ପରେ ଏକ ମିନି ମାରାଥନଷ୍ଟାଡିୟମରୁ ବାହାରି ଖେଳ ପଡିଆରେ ପହଞ୍ଚିଥିଲା l ପରେ କୋର୍ଟ ଛକରୁ ପାରମ୍ପରିକ ବାଦ୍ୟ, ଏବଂ ସଂଗୀତ ତାଳେ ତାଳେ ନୃତ୍ୟ କରି ହକି ବିଶ୍ଵ କପ୍ ଟ୍ରଫିକୁ ମୁଖ୍ୟ ବଜାର ଦେଇ ସହର ପରିକ୍ରମା ଶେଷରେ କରୋନେସନ ପଡିଆକୁ ଅଣା ଯାଇଥିଲା l

ସେଠାରେ ଆୟୋଜିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସଡିସି ଅଧ୍ୟକ୍ଷ ରୋଦନ ମଲିକ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜ଼ିଲ୍ଲାପରିଷଦ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ, ଟ୍ରଫି ନେଇ ଆସିଥିବା ରାଜ୍ୟ ଅଧିକାରୀ ଡ଼ଃ ବାଦଲ ମହାନ୍ତି, ଯୋଗେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ l ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.